fbpx

(Video) ଦୁଃଖରେ ପରିଣତ ହେଲା ସୁଖ; ପୁଅର ଜନ୍ମଦିନ ପାର୍ଟିରେ ମା’କୁ ଆସିଲା ହାର୍ଟ ଆଟାକ୍, ତାପରେ…

ନୂଆଦିଲ୍ଲୀ: ଛୁଆର ଜନ୍ମଦିନରେ ସେଲିବ୍ରେସନ ପାଇଁ ପରିବାର ପକ୍ଷରୁ ଏକ ପାର୍ଟିର ଆୟୋଜନ କରାଯାଇଥିଲା । ସମସ୍ତେ ହସ ଖୁସୀରେ ମସଗୁଲ ଥିଲେ । ହେଲେ ଖୁସିର ମାହୋଲ ଭିତରେ ଚାଲି ଆସିଲା ଦୁଃଖର କଳାବାଦଲ । କେହି କିଛି ବୁଝିବା ଆଗରୁ ହଠାତ୍ ସବୁ ଓଲଟପାଲଟ ହୋଇଗଲା । ପୁଅର ଜନ୍ମଦିନ ପାର୍ଟିରେ ମାଆକୁ ହାର୍ଟ ହୋଇ ଜୀବନ ଚାଲିଯାଇଥିବା ଜଣାପଡିଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ଭାବି ଟାଉନରେ । ସେହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ମୃତ ମହିଳାଙ୍କ ବୟସ 37 ବର୍ଷ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, 5 ବର୍ଷୀଆ ଛୁଆର ଜନ୍ମଦିନ ସେଲିବ୍ରେସନ ପାଇଁ ପରିବାର ଲୋକେ ଏକାଠି ହୋଇ ପାର୍ଟି କରୁଥିଲେ । ଅତିଥିମାନେ ମାନେ ମଧ୍ୟ ଏକଜୁଟ ହୋଇଥିଲେ । ତେବେ ମହିଳାଜଣକ ପାର୍ଟିରେ ନିଜ ପୁଅକୁ ଧରି ନାଚୁଥିଲେ । କିନ୍ତୁ କିଛି ସମୟ ପରେ ସେ ନିଜ ସ୍ବାମୀଙ୍କୁ ପୁଅକୁ ଦେଇ ଷ୍ଟେଜରୁ ଓହ୍ଲାଉଥିଲେ । ତେବେ ସିସିଟିଭି ଫୁଟେଜ ଅନୁସାରେ, ସେ ଷ୍ଟେଜରୁ ଓହ୍ଲାଉଥିବା ବେଳେ ମୁଣ୍ଡରେ ହାତ ଦେଇ ଟଳି ପଡିଥିଲେ । ତେବେ ପରିବାର ଲୋକେ ଏକାଠି ହୋଇ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେତେବେଳେକୁ ମହିଳାଙ୍କ ଜୀବନ ଚାଲିଯାଇଥିଲା । ହାର୍ଟ ଆଟାକ୍ ଯୋଗୁଁ ମହିଳାଙ୍କ ଜୀବନ ଯାଇଥିବା କହିଛନ୍ତି ଡାକ୍ତର ।

Get real time updates directly on you device, subscribe now.