fbpx

ଏପରି ଅତିଥିଙ୍କ ଠାରୁ ଦୂରେଇ ରୁହନ୍ତୁ, ଆପଣଙ୍କ ଖୁସି ଉପରେ ଲଗାଇଥାନ୍ତି ଗ୍ରହଣ, ଘର ପାଇଁ ସାଜନ୍ତି ନକାରାତ୍ମକ ଉର୍ଜ୍ଜାର କାରଣ

ଓଡ଼ିଶା ଭାସ୍କର: ଅତିଥି ଦେବୋ ଭବଃ । ଭାରତୀୟ ସଂସ୍କୃତିରେ ଅତିଥିଙ୍କୁ ଦେବତା ତୁଲ୍ୟ ବିବେଚିତ କରାଯାଇଛି । ସେମାନଙ୍କ ପ୍ରତି ସେବା ଭାବ ଦର୍ଶାଇ ନିଜକୁ ଧନ୍ୟ ମନେ କରିଥାନ୍ତି ଲୋକମାନେ । ଏବେବି ଅନେକ ସ୍ଥାନରେ ଅତିଥିଙ୍କ ଆସିବା ଶୁଭ ମନେ କରିଥାନ୍ତି । ବର୍ତ୍ତମାନ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଆଜିକାଲି ଅତିଥିମାନେ ଦିନେ ଦୁଇ ଦିନରୁ ଅଧିକ ଦିନ ପାଇଁ ଘରେ ରହିବା ସମସ୍ୟାର କାରଣ ପାଲଟିଥାଏ । ବେଳେ ବେଳେ କିଛି ଅତିଥି ଘର ପାଇଁ ନକାରାତ୍ମକ ଉର୍ଜ୍ଜା ଆଣିଥାନ୍ତି । ତେବେ ଆସନ୍ତୁ ଜାଣିବା କିପରି ଚିହ୍ନିବେ ଏଭଳି ଅତିଥିଙ୍କୁ ।

୧. ତୃଟି ଦେଖିବା: ଏପରି ଅତିଥି ଯେଉଁମାନେ ପ୍ରତି କଥାରେ କିଛି ନ କିଛି ଖୁଣ ବାହାର କରିଥାନ୍ତି । ଆପଣଙ୍କ କାମ ଠାରୁ ଆରମ୍ଭ କରି ଘରର ଜିନିଷରେ ଖୁଣ ବାହାର କରିଥାନ୍ତି । ଛୋଟ ଛୋଟ କଥା ସେମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଥାଏ । ଏଭଳି ବ୍ୟକ୍ତି କମ୍ ହସିଥାନ୍ତି ଏବଂ ମନରେ ସବୁବେଳେ ଅସନ୍ତୋଷ ଭାବନା ଥାଏ । ଏମାନେ ଆପଣଙ୍କୁ ହୀନ ମନେ କରାଇ ନିଜକୁ ମହାନ ଦେଖାଇବା ପାଇଁ ଚେଷ୍ଟା କରିଥାନ୍ତି । ଏଭଳି ଅତିଥି ଘରେ ନକାରାତ୍ମକ ଉର୍ଜ୍ଜାର ସଂଚାର କରିଥାନ୍ତି ।

୨. ଅଭିଯୋଗ କରୁଥିବା ଅତିଥି: ଏମିତି କିଛି ଅତିଥି ଅଛନ୍ତି ଯେଉଁମାନେ କୌଣସି ନା କୌଣସି ଜିନିଷକୁ ନେଇ ଅଭିଯୋଗ କରିଥାନ୍ତି । ସେମାନେ ଚାହାଁନ୍ତି ସବୁ ଯେମିତି ତାଙ୍କ ହିସାବରେ ହେଉ । ଏମାନଙ୍କ ଖାଇବା, ପିଇବା, ଶୋଇବା, ମନୋରଞ୍ଜନ ଇତ୍ୟାଦିରେ ଯେମିତି ସବୁ ପରଫେକ୍ଟ ହେଉ । ଏମାନେ ନା ନିଜେ ଖୁସିରେ ରୁହନ୍ତି ଆଉ ନା ଅନ୍ୟକୁ ଖୁସିରେ ଦେଖିପାରନ୍ତି ।

୩. ନିଜକୁ ଶ୍ରେଷ୍ଠ ଭାବିବା: ଆପଣଙ୍କ ଘରୋଇ ମାମଲାରେ ଅଧିକ କହୁଥିବା ଅତିଥିଙ୍କ ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ଘରେ କେଉଁ ଜିନିଷ କେଉଁଠି ରଖାଯିବ, ଅନାବଶ୍ୟକ ବିଭିନ୍ନ ବିଷୟକୁ ନେଇ ପରାମର୍ଶ ଦେବା ଇତ୍ୟାଦି ଭଳି କାମ କରିଥାନ୍ତି । ଏହା ଦ୍ୱାରା ଏମାନେ ଅନ୍ୟ ସାମ୍ନାରେ ମହାନ ହେବାକୁ ଚେଷ୍ଟା କରିଥାନ୍ତି । ସେମାନଙ୍କ କଥାବାର୍ତ୍ତାରୁ ନକାରାତ୍ମକ ଭାବନା ଜଣାପଡ଼ିଥାଏ ।

Get real time updates directly on you device, subscribe now.