fbpx

UnderWear ଭଲ ଭାବରେ ପିନ୍ଧ… Airlines ଜାରି କଲା ନିର୍ଦ୍ଦେଶ: ଫ୍ଲାଇଟ ଆଟେଣ୍ଡାଣ୍ଟଙ୍କ ନିୟମ

ନୂଆଦିଲ୍ଲୀ: ଏଣିକି ଫ୍ଲାଇଟରେ ଯିବା ବେଳେ ମଧ୍ୟ ଅନ୍ତଃବସ୍ତ୍ରକୁ ନେଇ ମାନିବାକୁ ପଡ଼ିବ କଡ଼ା ନିର୍ଦ୍ଦେଶ । ଉଚିତ ଭାବରେ ଅନ୍ତଃବସ୍ତ୍ର ପିନ୍ଧିବା ପାଇଁ ଏହି ନିର୍ଦ୍ଦେଶ ଜାରି କରିଛି ଏୟାରଲାଇନ୍ସ । ଏହାବ୍ୟତୀତ ଏୟାରଲାଇନ୍ସ ଆହୁରି କିଛି ନିୟମ ମଧ୍ୟ ଜାରି କରିଛି । ସମସ୍ତ ନିୟମକୁ ନେଇ ଏକ ମେମୋ ଜାରି କରିଛି ଆମେରିକାର କମ୍ପାନୀ ଡେଲଟା ଏୟାରଲାଇନ୍ସ । ବର୍ତ୍ତମାନ ଏହି ନିର୍ଦ୍ଦେଶକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ତଃବସ୍ତ୍ର ସହିତ କେଶ, ନଖ ଏବଂ ଟାଟୁ ଇତ୍ୟାଦିକୁ ନେଇ ମଧ୍ୟ ନିୟମାବଳୀ କଡ଼ାକଡ଼ି କରାଯାଇଛି ।

ରିପୋର୍ଟ ଅନୁସାରେ, କମ୍ପାନୀ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ନିଜକୁ ସଂଯମତା, ଶାଳୀନତା ଏବଂ ସୌନ୍ଦର୍ଯ୍ୟତା ଉପରେ ବିଶେଷ ଧ୍ୟନ ଦେବା ପାଇଁ ସ୍ପଷ୍ଟ ଭାବରେ କୁହାଯାଇଛି । ଏଥିରେ କୁହାଯାଇଛି ଯେ,

  • ଫ୍ଲାଇଟ ଆଟେଣ୍ଡାଣ୍ଟମାନଙ୍କ କେଶ ପ୍ରାକୃତିକ ରୂପରେ ରଙ୍ଗ ହୋଇଥିବା ଆବଶ୍ୟକ । ଏଥିରେ କୌଣସି ବୋଲ୍ଡ ହାଇଲାଇଟ କିମ୍ବା ଆର୍ଟିଫିସିଆଲ ଶେଡ୍ ଇତ୍ୟାଦି ରହିପାରିବ ନାହିଁ ।
  • ଲମ୍ବା କେଶ ପଛରେ ବାନ୍ଧିବା ସହ ଏହାକୁ କାନ୍ଧ ଉପରେ ରହିବା ଉଚିତ୍ ।
  • ଆଇ ଲାସେସ୍ ପ୍ରାକୃତିକ ରୂପରେ ରହିବା ଉଚିତ ।
  • ନଖ ରଖିବାରେ ମଧ୍ୟ ଶାଳୀନତା ରହିବା ଆବଶ୍ୟକ । ନିୟୋନ କଲର୍, ମଲ୍ଟି କଲର, ଗ୍ଲିଟର କିମ୍ବା ହାତରେ ପ୍ରସ୍ତୁତ ହୋଇଥିବା କୌଣସି ଡିଜାଇନ୍ ଲଗାଇବାର ଅନୁମତି ମିଳିପାରିବ ନାହିଁ ।
  • ଶରୀରରେ କୌଣସି ଟାଟୁ ରହିଥିଲେ, ଏହାକୁ ଲୁଚାଇ ରଖିବା ଆକଶ୍ୟକ । କିନ୍ତୁ ଏଥିପାଇଁ ବ୍ୟାଣ୍ଡେଜ୍ ବ୍ୟବହାର ହୋଇପାରିବ ନାହିଁ । ତେବେ ରଙ୍ଗ କିମ୍ବା ୱାଟରପ୍ରୁଫ୍ ମେକ୍-ଅପ୍ ଲଗାଇପାରିବେ ।
  • ନାକରେ କେବଳ ଗୋଟିଏ ପିୟରସିଙ୍ଗ ଲଗାଇପାରିବେ । ସେହିପରି ୨ କାନରେ ମାତ୍ର ୨ଟି ଲେଖାଏଁ କାନଫୁଲ ପିନ୍ଧିବା ପାଇଁ ଅନୁମତି ଦେଇଛି ଡେଲଟା କମ୍ପାନୀ । ଏହା ଏକ କଏନ୍ ଆକାର ଅନୁସାରେ ମଧ୍ୟ ଛୋଟ ରହିବା ଉଚିତ୍ ।

ଡେଲଟାର ଏହି ମେମୋରେ ବିଶେଷ କରି କୁହାଯାଇଛି ଯେ, ଡ୍ରେସ କିମ୍ବା ସ୍କର୍ଟ ଆଣ୍ଠୁ ଲମ୍ବ କିମ୍ବା ଏହାଠାରୁ ତଳେ ରହିବା ଆବଶ୍ୟକ । ଫ୍ଲାଇଟ ଆଟେଣ୍ଡାଣ୍ଟ ସ୍ପୋର୍ଟସ ଶୁ’ ପିନ୍ଧିପାରିବେ ନାହିଁ, କିନ୍ତୁ ହିଲ୍ କିମ୍ବା ବ୍ୟାକ୍ ଶୁ’ ପିନ୍ଧିପାରିବେ । ପୁରୁଷମାନଙ୍କ ପାଇଁ, ଏକ ବଟନ୍ କଲର୍ ଡ୍ରେସ୍ ସାର୍ଟ ସହିତ ଟାଇ ପିନ୍ଧିବା ବାଧ୍ୟତାମୂଳକ । ଖରାପ ଭାଷା, ଚୁଇଙ୍ଗମ୍ ଏବଂ ଫୋନ୍ କିମ୍ବା ଇୟରବଡ ବ୍ୟବହାରକୁ ନେଇ ଏୟାରଲାଇନ୍ସର ‘ସହନଶୀଳତା ନୀତି’ ନାହିଁ ବୋଲି ଡେଲଟା କହିଛନ୍ତି।

ମେମୋରେ କୁହାଯାଇଛି ଯେ, ଡେଲଟା ବିମାନ କର୍ମଚାରୀମାନେ ଗ୍ରାହକଙ୍କ ସହ ଅଧିକାଂଶ ସମୟ ଅତିବାହିତ କରନ୍ତି । ସେମାନେ ହେଉଛି ବିମାନ ସେବାଗୁଡ଼ିକର ଫେସ୍। ଡେଲଟା ବ୍ରାଣ୍ଡକୁ ଆପଣାଇବା ସହ ଗ୍ରାହକଙ୍କ ଅଭିଜ୍ଞତାକୁ ମଧ୍ୟ ଉନ୍ନତ କରିବାକୁ ଉତ୍ସାହିତ ରହିବା ଉଚିତ୍ । , ଡେଲଟା ଫ୍ଲାଇଟ୍ ଆଟେଣ୍ଡାଣ୍ଟମାନେ ଆମର ଗ୍ରାହକଙ୍କ ପାଇଁ ଏକ ସ୍ୱାଗତଯୋଗ୍ୟ, ଯତ୍ନଶୀଳ ପରିବେଶ ସୃଷ୍ଟି କରିବେ ବୋଲି ଆଶା କରାଯାଉଛି । ଡେଲଟା ୟୁନିଫର୍ମ ସର୍ବଦା ସୁରକ୍ଷାକୁ ପ୍ରଥମ ସ୍ଥାନ, ଡେଲଟା ସଂସ୍କୃତିରେ ଗର୍ବ ଏବଂ ଏକ ପ୍ରକୃତ ଶୈଳୀ ପ୍ରତିଫଳିତ କରେ ଯାହା ଆମର ଗ୍ରାହକମାନେ ମନେରଖିବେ ।

Get real time updates directly on you device, subscribe now.