fbpx

‘ଭାରତରେ କ୍ୟାନ୍ସର ଭଳି ବ୍ୟାପୁଛି ଦୁର୍ନୀତି, ଏହା ବିରୋଧରେ ଯୁବକମାନେ ଆଗକୁ ଆସିବା ଉଚିତ୍‌’: ହାଇକୋର୍ଟ

ନୂଆଦିଲ୍ଲୀ: ଭାରତରେ ଦୁର୍ନୀତି କ୍ୟାନ୍ସର ଭଳି ବ୍ୟାପିବାରେ ଲାଗିଛି। ଏଥିପାଇଁ ଯୁବକମାନଙ୍କୁ ଲଢିବା ଲାଗି ଆଗକୁ ଆସିବାକୁ ପଡିବ। ଏହି ଟିପ୍ପଣୀ ରାଜସ୍ଥାନ ହାଇକୋର୍ଟର ବିଚାରପତି ଅଶୋକ କୁମାର ଜେନ ଏକ ଅପରାଧିକ ଆବେଦନ ଉପରେ ଯୁକ୍ତି ଶୁଣାଣି ସମୟରେ କରିଛନ୍ତି। ଆବେଦନକାରୀ ଡାକ୍ତର ଟି.ଏନ ଶର୍ମାଙ୍କ ଅଧିବକ୍ତା ପୁନମ ଚନ୍ଦ ଭଣ୍ଡାରୀ କୋର୍ଟରେ ଯୁକ୍ତି କରି କହିଛନ୍ତି ଯେ, ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ରହିଛି। ଆମେ କାଗଜପତ୍ର ସମେତ ଅନେକ ଅଭିଯୋଗ କରିଛୁ ହେଲେ ବଡ଼ ବଡ଼ ଅଧିକାରୀମାନଙ୍କ ମଧ୍ୟରେ ଯୋଗାଯୋଗ ହେତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।

ଅଭିଯୋଗ ଅନୁଯାୟୀ, ବର୍ତ୍ତମାନ ଏହି ମାମଲାରେ ଅଭିଯୁକ୍ତ କୁଲଦୀପ ରଜନେଟ ପ୍ରୋଜେକ୍ଟର ଅଫିସର ଇନ ଚାର୍ଜ ଥିଲେ, ଯେଉଁଠାରେ ଅନେକ ଦୁର୍ନୀତି ହୋଇଛି। ତାଙ୍କ ଅନ୍ତର୍ଗତ ୧୭୭୫୦ ୱାଇଫାଇ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା, ଏଥିରେ ୨୦୨୦ ମସିହା ପର୍ଯ୍ୟନ୍ତ ମାତ୍ର ୧୭୫୦ ସିସିଟିଭି ଲଗାଯାଇଛି। ଏହି ଅଧିକାରୀଙ୍କ ଅଫିସର ଆଲମାରୀରୁ ସୁନା ଏବଂ ଅଢେଇ କୋଟି ଟଙ୍କା ଜବତ ହୋଇଥିଲା। ଅଭିଯୋଗକାରୀଙ୍କ କହିବାନୁଯାୟୀ, ଜଣେ ଅଫିସର ଧରାପଡିବା ପରେ ମଦ୍ୟ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ତେବେ ରାଜସ୍ଥାନ କୋର୍ଟ ରାୟ ଶୁଣାଣି କରି କହିଛନ୍ତି ଯେ, ଦୁର୍ନୀତି କ୍ୟାନ୍ସର ଭଳି ବ୍ୟାପୁଛି ଏବଂ ଏହା ନାଗରିକାମାନଙ୍କ ବିଶ୍ୱାସକୁ ଧୋକା ଦେଉଛିି। ଗଣତନ୍ତ୍ରରେ ସାଧାରଣ ନାଗରିକଙ୍କ ବିଶ୍ୱାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଦୁର୍ନୀତି କାରଣରୁ ବିକାଶ ହୋଇପାରୁନି। ଏଥିପାଇଁ ନାଗରିକମାନଙ୍କୁ ଏବଂ ଯୁବକମାନଙ୍କୁ ଦୁର୍ନୀତିରୁ ଲଢିବା ପାଇଁ ଆଗକୁ ଆସିବା ଆବଶ୍ୟକ।

Get real time updates directly on you device, subscribe now.