fbpx

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ; ପ୍ରଥମ ପର୍ଯ୍ୟାୟରେ ୫୮ ପ୍ରତିଶତରୁ ଅଧିକ ମତଦାନ

ନୂଆଦିଲ୍ଲୀ: ଏକ ଦଶନ୍ଧି ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୫୮ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଗତ ୩୫ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରରେ ଏହି ପ୍ରତିଶତ ମତଦାନ ସର୍ବାଧିକ ରହିଛି ।

ଜମ୍ମୁ-କଶ୍ମୀରର ୭ଟି ଜିଲ୍ଲା ଅନନ୍ତନାଗ, ପୁଲୱାମା, ସୋପିୟଂ, କିଶ୍ତୱାଡ଼, ରାମବନ, କୁଲଗାମ୍ ଓ ଡୋଡାରେ ମତଦାନ ହୋଇଛି । ୩୨୭୬ଟି ମତଦାନ କେନ୍ଦ୍ରରେ ମତଦାନ ହୋଇଥିଲା । ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୧୯ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣ ମହିଳା ପ୍ରାର୍ଥୀ ଥିଲେ ।

  1. ଅନନ୍ତନାଗରେ ୫୪.୧୭ ପ୍ରତିଶତ ।
  2. ଡୋଡାରେ ୬୯.୩୩ ପ୍ରତିଶତ ।
  3. କିଶ୍ତୱାଡ଼ରେ ୭୭.୨୩ ପ୍ରତିଶତ ।
  4. କୁଲଗାମରେ ୬୧.୫୭ ପ୍ରତିଶତ ।
  5. ପୁଲୱାମାରେ ୪୬.୦୩ ପ୍ରତିଶତ ।
  6. ରାମବନରେ ୬୭.୭୧ ପ୍ରତିଶତ ।
  7. ସୋପିୟଂରେ ୫୩.୬୪ ପ୍ରତିଶତ ।

Get real time updates directly on you device, subscribe now.