fbpx

୭୦୦ ମିଲିୟନ୍ ଡଲାରର ଋଣ, ବିକ୍ରିରେ ଦେଖାଦେଇଛି ହ୍ରାସ… ଦେବାଳିଆ ସ୍ଥିତିରେ ଏହି କମ୍ପାନୀ

ନୂଆଦିଲ୍ଲୀ: କିଚେନୱେୟାର ସେଗମେଣ୍ଟରେ ଟପ୍ପରୱେୟାର(Tupperware) କମ୍ପାନୀର ବଡ଼ ନାଁ ଅଛି । କମ୍ପାନୀ ଦ୍ୱାରା ନିର୍ମିତ ପାଣି ବୋତଲ, ଟିଫିନ୍ ବକ୍ସ ଇତ୍ୟାଦି ଉତ୍ପାଦନ ବହୁଳ ଭାବେ ବ୍ୟବହାର କରାଯାଉଛି କାରଣ ଏହା ଶକ୍ତ ଓ ଦୀର୍ଘସ୍ଥାୟୀ ଅଟେ । ବର୍ତ୍ତମାନ କମ୍ପାନୀ ଉପରେ ଆର୍ଥିକ ସଂକଟ ଦେଖାଦେଇଛି । କମ୍ପାନୀର ସେଲ୍ସରେ ହ୍ରାସ ଦେଖିବାକୁ ମିଳିଛି । କମ୍ପାନୀ ଦେବାଳିଆ ହେବା ସ୍ଥିତିରେ ପହଞ୍ଚିଛି ।

କମ୍ପାନୀର ସିଇଓ ଲାରି ଏନ୍ ଗୋଲ୍ଡମ୍ୟାନ୍‌(Lauri Ann Goldman) ଙ୍କ କହିବାନୁଯାୟୀ ଗତ କିଛି ବର୍ଷ ଆମେରିକୀୟ କମ୍ପାନୀ ଟପ୍ପରୱେୟାର ପାଇଁ ବହୁତ ଚ୍ୟାଲେଞ୍ଜିଂ ଥିଲା । ବିଶେଷ କରି କୋଭିଡ୍ ସମୟରେ କମ୍ପାନୀର ଅବସ୍ଥା ବହୁତ ଖରାପ ହୋଇଯାଇଥିଲା । କୋଭିଡ୍ ପରେ କମ୍ପାନୀର ସେଲ୍ସ ଉପରେ ପ୍ରଭାବ ପଡ଼ିଥିଲା । କୋଭିଡ୍ ପରେ ପ୍ଲାଷ୍ଟିକ୍ ରେସିନ୍ ଭଳି ମହତ୍ୱପୂର୍ଣ୍ଣ କଞ୍ଚାମାଲରୁ ମୂଲ୍ୟରେ ବୃଦ୍ଧି ହେବା ସହ ଶ୍ରମ ଏବଂ ପରିବହନ ଖର୍ଚ୍ଚ ଯୋଗୁଁ କମ୍ପାନୀର ମାର୍ଜିନରେ ହ୍ରାସ ପରିଲିଖିତ ହୋଇଥିଲା । କମ୍ପାନୀର ବାଲାନ୍ସସିଟ ଉପରେ ପ୍ରଭାବ ପଡ଼ିଥିଲା । ଏକ ରିପୋର୍ଟ ଅନୁଯାୟୀ କମ୍ପାନୀ ଉପରେ ୭୦୦ ମିଲିୟନ୍ ଡଲାରର ଋଣ ଅଛି । କମ୍ପାନୀର ଆନୁମାନିକ ସମ୍ପତ୍ତି ୫୦୦ ମିଲିୟନ୍ ଡଲାରରୁ ୧ ଆରବ ଡଲାରରେ ପହଂଚିଛି । ଏପର୍ଯ୍ୟନ୍ତ କମ୍ପାନୀ ସେହି ସମସ୍ୟାରୁ ବାହାରି ପାରିନାହିଁ । ଏନେଇ ମଙ୍ଗଳବାର ଟପ୍ପରୱେୟାରର କିଛି ସହାୟକ କମ୍ପାନୀ ଦେବାଳିଆ ପାଇଁ ଆବେଦନ କରିଛନ୍ତି । ଆର୍ଥିକ ପରାମର୍ଶଦାତାଙ୍କ ନିଯୁକ୍ତି ଏବଂ ଋଣଦାତାଙ୍କ ସହ ଆଲୋଚନା ପରେ କମ୍ପାଦୀ ଦେବାଳିଆ ପାଇଁ ଆବେଦନ କରିବା ପାଇଁ ଯୋଜନା କରିପାରେ ।

Get real time updates directly on you device, subscribe now.