fbpx

ଆହୁରି ଶସ୍ତା ହେଲା BSNL ରିଚାର୍ଜ ପ୍ଲାନ, ମାତ୍ର 7 ଟଙ୍କାରେ ଅନଲିମିଟେଡ୍ ଡାଟା ସହ କଲିଂ

ନୂଆଦିଲ୍ଲୀ: ବେସରକାରୀ ଟେଲିକମ୍ କମ୍ପାନୀମାନେ ନିଜର ରିଚାର୍ଜ ପ୍ଲାନ ବୃଦ୍ଧି କରିବା କାରଣରୁ ଏହା ଏକ ପ୍ରକାର ଚିନ୍ତାର କାରଣ ସାଜିଛି । ଦେଶରେ ରିଚାର୍ଜ ପ୍ଲାନ ବୃଦ୍ଧି ଭିତରେ ବିଏସଏନଏଲ ତରଫରୁ ସମୟ ସମୟରେ ନୂଆ ନୂଆ ନିଷ୍ପତ୍ତି ନିଆଯାଉଛି । ସରକାରୀ କମ୍ପାନୀ ନିଜ ୟୁଜର୍ସମାନଙ୍କୁ ଫାଷ୍ଟ ଇଣ୍ଟରନେଟ ଦେବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛି । ଜିଓ, ଏୟାରଟେଲ ଏବଂ ଭୋଡାଫୋନର ଦାମ୍ ବୃଦ୍ଧି ପାଇବା କାରଣରୁ ୟୁଜର୍ସ ବର୍ତ୍ତମାନ ବିଏସଏନଲ ମୁହାଁ ହୋଇଛନ୍ତି ।

ବିଏସଏନଏଲର 599 ରିଚାର୍ଜ ପ୍ଲାନ- ଏହି ପ୍ଲାନର ଭେଲିଡିଟି 84 ଦିନ ରହିଛି । ଏଥିରେ ଲୋକଙ୍କୁ ଅନଲିମିଟେଡ୍ କଲିଂ ସହିତ 100 ଏସଏମଏସର ସୁବିଧା ମିଳୁଛି । କିନ୍ତୁ ସବୁଠାରୁ ବଡ କଥା ହେଉଛି ଏହି ପ୍ୟାକରେ ୟୁଜର୍ସଙ୍କୁ ଦୈନିକ 3ଜିବି ଡାଟା ମିଳୁଛି । ଏହି ହିସାବରେ ଦେଖିବାକୁ ଗଲେ ୟୁଜର୍ସଙ୍କୁ ଦିନକୁ ମାତ୍ର 7ଟା 13 ପଇସା ଲାଗିଥାଏ । ଏହି ପ୍ଲାନ ସବୁଠାରୁ ଶସ୍ତା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

କମ୍ ଦାମରେ ଅଧିକ ଫାଇଦା- ୟୁଜର୍ସଙ୍କୁ ଏହି ଫ୍ଲାନ ବିଶେଷ ଫାଇଦା ଦେଉଛି । ଏହି ପ୍ଲାନରେ ୟୁଜର୍ସଙ୍କୁ କମ୍ ଟଙ୍କାରେ ଦମଦାର ଫାଇଦା ମିଳୁଛି । ସେଲ୍ଫକେୟର ପାଇଁ ଏହା ସବୁଠାରୁ ଭଲ ଅପ୍ସନ ବୋଲି କୁହାଯାଉଛି । ବିଏସଏନଏଲକୁ ନେଇ ସରକାରଙ୍କ ପକ୍ଷରୁ କ୍ଷୀପ୍ର ବେଗରେ କାର୍ଯ୍ୟ ଜାରି ରହିଛି । 4ଜି ପାଇଁ ଡାଟା ସେଣ୍ଟର ଟାଟାର ସାହାଯ୍ୟରେ ତିଆରି କରାଯାଉଛି । ଏହା ଦ୍ବାରା କମ୍ ପାଇସାରେ ଲୋକଙ୍କୁ ଭଲ ଇଣ୍ଟରନେଟ୍ ସୁବିଧା ମିଳିବ । 2025 ମେ ମାସ ମଧ୍ୟରେ କମ୍ପାନୀ 5 ଜି ସର୍ଭିସ ରୋଲଆଉଟ କରିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.