fbpx

ପଶୁମାନେ ଶୋଇବା ବେଳେ ଭବିଷ୍ୟତ ସ୍ୱପ୍ନରେ ଥାନ୍ତି ବିଭୋର

ମଣିଷଙ୍କ ପରି ପଶୁ, ପକ୍ଷୀ ମଧ୍ୟ ସ୍ୱପ୍ନ ଦେଖନ୍ତି । ଏକଥା ଅବିଶ୍ୱସନୀୟ ହେଲେ ମଧ୍ୟ ନିରାଟ ସତ । ତେବେ ସେମାନେ ସ୍ୱପ୍ନ ଦେଖନ୍ତି, ଏହାର କି ପ୍ରମାଣ ରହିଛି? ପଶୁପକ୍ଷୀ କଣ ସ୍ୱପ୍ନ ଦେଖନ୍ତି? ଆସନ୍ତୁ ଜାଣିବା ପଶୁମାନଙ୍କ ସ୍ୱପ୍ନ ଦୂନିଆର କିଛି ଅଜଣା କଥା ।

ଆମେ ସ୍ୱପ୍ନ ଦେଖିବା ସମୟରେ ବେଳେ ବେଳେ ଚିକ୍ରାର କରୁ, ଗୋଡ, ହାତ ମଧ୍ୟ ବାଡେଇଥାଉ । ଠିକ ସେମିତି ନିଜ ଘରେ ପାଳୁଥିବା ପଶୁଙ୍କୁ ଶୋଇବା ସମୟରେ ଅନୁଧ୍ୟାନ କରନ୍ତୁ, ଦେଖିବେ, ଅନେକ ବେଳେ ସେମାନଙ୍କ ମୁହଁରୁ ମଧ୍ୟ ବିଭିନ୍ନ ପ୍ରକାରର ଚିକ୍ରାର ବାହାରେ । ଗୋରୁ, ଗାଈ ଶୋଇଥିବା ବେଳେ ମଧ୍ୟ ଶିଙ୍ଗ ଭୁସିବା ପରି ମୁଣ୍ଡକୁ ହଲାଇଥାନ୍ତି ବା ନାତ ମାରନ୍ତି ।

ପଶୁ ସ୍ୱପ୍ନ ଉପରେ ଗବେଷଣା କରିଥିବା ବିଶେଷଜ୍ଞଙ୍କ ମୁତାବକ, ଶୋଇବା ସମୟରେ ପଶୁମାନେ ମଧ୍ୟ ସ୍ୱପ୍ନ ଦେଖିଥାନ୍ତି । ସେମାନଙ୍କ ଶୋଇବା ଶୈଳୀରୁ ସେମାନଙ୍କ ସ୍ୱପ୍ନ ସମ୍ପର୍କରେ ସୂଚନା ମିଳିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ମଣିଷ ପରି ବଡ ବଡ ପ୍ରାଣୀଙ୍କର ମସ୍ତିସ୍କ ଓ ନ୍ୟୁରନ ଥାଏ, ଯାହା ବୈଦ୍ୟୁତିକ ସଙ୍କେତ ସୃଷ୍ଟି କରେ । ଏହି ସଙ୍କେତ ମସ୍ତିଷ୍କକୁ ଶୋଇବା ସମୟରେ ମଧ୍ୟ ଯାଇଥାଏ ।

ପଶୁଙ୍କ ସ୍ୱପ୍ନକୁ ନେଇ ଗବେଷକ ମୁଷାଙ୍କୁ ନେଇ ଗବେଷଣା କରିଥିଲେ । ମୂଷାଙ୍କ ଶୋଇବା ସମୟରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ରାସାୟନ ବ୍ୟବହାର ଦ୍ୱାରା ବିଶେଷଜ୍ଞ ଜାଣିବାକୁ ପାଇଥିଲେ କି, ମୁଷାନ ଶୋଇଥିବା ଅବସ୍ଥାରେ ନିଜ ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖୁଥିଲେ ।

Get real time updates directly on you device, subscribe now.