fbpx

ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ମାମଲା ରୁଜୁ, ଲାଗିଲା ଏହି ବଡ଼ ଅଭିଯୋଗ

ନୂଆଦିଲ୍ଲୀ: ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରର ପ୍ରସିଦ୍ଧ ତିରୁପତି ‘ଲଡୁ ପ୍ରସାଦମ’ ମାମଲା ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ଏନଡିଏ ଦଳର ବିଧାୟକମାନଙ୍କ ବୈଠକ ସମୟରେ ପ୍ରସାଦରେ ଅପମିଶ୍ରଣର ଅଭିଯୋଗ ଆଣିଥିଲେ। ତେବେ ଏହି ଅଭିଯୋଗ ପରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀ ଏବଂ ଅନ୍ୟ କେତେ ଜଣଙ୍କ ବିରୋଧରେ ହାଇଦ୍ରାବାଦରେ ଅଭିଯୋଗ କରାଯାଇଛି। ମନ୍ଦିରକୁ ଅପବିତ୍ର କରିବାର କାର୍ଯ୍ୟ ଏବଂ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗ ଲାଗିଛି।

ଆଡଭୋକେଟ କେ. କରୁଣା ସାଗର ତଦନ୍ତ ପାଇଁ ଲ୍ୟାବ ରିପୋର୍ଟର ଦାଖଲ କରି ସୈଦାବାଦ ପୋଲସ ଥାନାରେ ଏତଲା ଦେଇଥିଲେ। କେ. କରୁଣା ସାଗର କହିଛନ୍ତି ଯେ, ସେ ଏହି ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ। ସେ ପୋଲିସକୁ ଯାଞ୍ଚ କରିବା ପାଇଁ ଅନୁରୋଧ କରିଛନ୍ତି। ଏଥିସହ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରକୁ ଅପବିତ୍ର କରିବା ଏବଂ ଲକ୍ଷ ଲକ୍ଷ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଧୋକା ଦେବା ପାଇଁ ଜଗନମୋହନ ରେଡ୍ଡୀ ଏବଂ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେ. କରୁଣା ସାଗର ଅନୁରୋଧ କରିଛନ୍ତି।

Get real time updates directly on you device, subscribe now.