fbpx

ଟ୍ରେନ ଦୁର୍ଘଟଣା କରିବା ପାଇଁ ପୁଣି ଷଡଯନ୍ତ୍ର, ଟ୍ରେନ ଟ୍ରାକରୁ ଉଦ୍ଧାର ହେଲା ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କାନପୁରରେ ପୁଣିଥରେ ଟ୍ରେନ ଦୁର୍ଘଟଣା କରିବାର ବଡ଼ ଷଡଯନ୍ତ୍ର ହୋଇଛି। ଚଳନ୍ତା ମାଲଗାଡ଼ି ସାମ୍ନା ଟ୍ରାକରୁ ଉଦ୍ଧାର ହେଲା ଗ୍ୟାସ ସିଲିଣ୍ଡର। ଆଶ୍ୱସ୍ତିକର କଥା ହେଉଛି, ଟ୍ରେନ ଆସିବା ପୂର୍ବରୁ ଲୋକ ପାଇଲଟଙ୍କ ଦୃଷ୍ଟିରେ ଏହି ଗ୍ୟାସ ସିଲିଣ୍ଡର ପଡିଥିଲା। ଏହାପରେ ସେମାନେ ଟ୍ରେନକୁ ଇମରଜେନ୍ସି ବ୍ରେକ ଲଗାଇ ଟ୍ରେନକୁ ଅଟକାଇଥିଲେ। ଯେଉଁଥିରେ ଦୁର୍ଘଟଣା ବର୍ତ୍ତି ଯାଇଥିଲା।

ସିପିଆରଓ ଉତ୍ତର ମଧ୍ୟ ରେଲୱେ ମାମଲାରେ ସୂଚନା ଦେଇ କହିଛି ଯେ, ଆଜି ସକାଳ ୫ଟା ୫୦ ସମୟରେ ପ୍ରେମପୁର ଷ୍ଟେସନରେ ଟ୍ରେନକୁ ଅଟକାଯାଇଥିଲା। କାରଣ ଏହି ଟ୍ରାକରେ ଗ୍ୟାସ ସିଲିଣ୍ଡର ରଖାଯାଇଥିଲା। ରେଲୱେ ଆଇଓଡବ୍ଲୁ, ସୁରକ୍ଷା ଏବଂ ଅନ୍ୟ ଟିମ ସିଲିଣ୍ଡର ଯାଞ୍ଚ କରିଛନ୍ତି ଏବଂ ଏହାକୁ ଟ୍ରାକରୁ ଉଦ୍ଧାର କରିଛନ୍ତି। ଯାଞ୍ଚ କରିବା ପରେ ଜଣାପଡିଛି ଯେ, ୫ ଲିଟରର ସିଲିଣ୍ଡର ଖାଲି ଥିଲା। ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Get real time updates directly on you device, subscribe now.