fbpx

ଭାରତ ରଚିଲା ଇତିହାସ, ପ୍ରଥମଥର ପାଇଁ ହାସଲ କଲା ସ୍ୱର୍ଣ୍ଣ ପଦକ

ଚେସ୍ ଅଲିମ୍ପିଆଡ୍ ୨୦୨୪: ଭାରତୀୟ ଚେସ୍ ଖେଳାଳି ଡି ଗୁକେଶ ଚେସ୍ ଅଲିମ୍ପିଆଡ୍ ୨୦୨୪ ରେ ଇତିହାସ ରଚିିଛନ୍ତି । ସେ ଫାଇନାଲ ମ୍ୟାଚରେ ଚମତ୍କାର ଖେଳି ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି । ଡି ଗୁକେଶ ଏବେ ୪୫ ତମ ଅଲିମ୍ପିଆଡରେ ସମଗ୍ର ବିଶ୍ୱରେ ଭାରତ ପାଇଁ ଗୌରବ ଆଣିଛନ୍ତି ।

୪୫ ତମ ଚେସ ଅଲିମ୍ପିଆଡର ଦଶମ ରାଉଣ୍ଡରେ ଭାରତୀୟ ଖେଳାଳିମାନେ ଆମେରିକାକୁ ୨.୫-୧.୫ ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଡି’ଗୁକେଶ ଫାବିଆନୋ କାରୁଆନାଙ୍କୁ ପରାସ୍ତ କରିଛନ୍ତି ।

ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଗ୍ରାଣ୍ଡମାଷ୍ଟର ତଥା ବିଶ୍ୱ ଚାମ୍ପିଅନସିପ୍ ଚ୍ୟାଲେଞ୍ଜର୍ ଡି ଗୁକେଶ ପୁରୁଷ ବର୍ଗରେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ଜିତି ଇତିହାସ ରଚିବା ସହ ଫାବିଆନୋ କାରୁଆନାଙ୍କୁ ପରାଜୟର ସ୍ୱାଦ ଚଖାଇଛନ୍ତି । ଡି ଗୁକେଶଙ୍କୁ ଗ୍ରାଣ୍ଡମାଷ୍ଟର ପ୍ରବୀଣ ଏବଂ ପ୍ରଗନ୍ନାଣ୍ଡାଙ୍କ କୋଚ୍ ଆର.ବି ରମେଶ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

୧୯ ପଏଣ୍ଟ ସହ ଶୀର୍ଷରେ ଭାରତୀୟ ପୁରୁଷ ଦଳ :-

ପ୍ରବୀଣ ଥିପ୍ସେ କହିଛନ୍ତି ଯେ, ଏକାଦଶ ରାଉଣ୍ଡରେ ଭାରତ ହାରିଥିଲେ ମଧ୍ୟ ଅନ୍ୟ ଦଳ ସହ ସମାନ ପଏଣ୍ଟ ପାଇଥାନ୍ତା । ତଥାପି ଟ୍ରାଇ ବ୍ରେକରରେ ଭାରତର ସ୍କୋର ଭଲ ଥିଲା । ଯେଉଁଥିପାଇଁ ତାଙ୍କର ସ୍ୱର୍ଣ୍ଣ ପଦକ ନିଶ୍ଚିତ ହୋଇଥିଲା । ଭାରତୀୟ ପୁରୁଷ ଦଳ ଅଲିମ୍ପିଆଡ ୨୦୨୪ ରେ ସ୍ୱର୍ଣ୍ଣ ଜିତି ଫାଇନାଲ ପର୍ଯ୍ୟନ୍ତ ଅପରାଜିତ ରହିଛନ୍ତି । ଭାରତ ଏପର୍ଯ୍ୟନ୍ତ ୧୯ ପଏଣ୍ଟ ସହ ଟୁର୍ନାମେଣ୍ଟରେ ଶୀର୍ଷରେ ରହିଛି ।

Get real time updates directly on you device, subscribe now.