fbpx

ପ୍ୟାକେଟ୍ କ୍ଷୀର ପିଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ଜାଣନ୍ତୁ ଏହା ପଛରେ ବୈଜ୍ଞାନିକ କାରଣ

ଓଡ଼ିଶା ଭାସ୍କର: କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । କ୍ୟାଲସିୟମ, ପ୍ରୋଟିନ୍‌, ମ୍ୟାଗନେସିୟମ, ଲୌହ, ଭିଟାମିନ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ୱରେ ଭରୁପୁର କ୍ଷୀର ଆମ ଅସ୍ଥି, ମାଂସପେଶୀ ଏବଂ ଦାନ୍ତକୁ ମଜବୁତ ରଖିବାରେ ସହାୟକ ହୋଇଥାଏ । ବିଶେଷ କରି ଛୋଟ ପିଲାଙ୍କ ଉଭୟ ମାନସିକ ଏବଂ ଶାରୀରିକ ବିକାଶ ପାଇଁ କ୍ଷୀର ଏକ ସମ୍ପୂର୍ଣ୍ଣ ଆହାର ଭାବେ ବିବେଚିତ କରାଯାଇଛି । ଅଧିକାଂଶ ବ୍ୟକ୍ତି ରାତିରେ ଶୋଇବା ପୂର୍ବରୁ ଉଷୁମ କ୍ଷୀର ପିଇବାକୁ ପସନ୍ଦ କରିଥାନ୍ତି । ଏହା ଉତ୍ତମ ନିଦ୍ରାରେ ସହାୟକ ହୋଇଥାଏ ।

ଆଜିକାଲି ଅଧିକାଂଶ ବ୍ୟକ୍ତି ପ୍ୟାକେଟ୍ କ୍ଷୀର ଘରକୁ ଆଣିଥାନ୍ତି । କାରଣ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଖରାପ ହୋଇନଥାଏ । କିନ୍ତୁ ସେମାନେ ପ୍ୟାକେଟ୍ କ୍ଷୀରକୁ ବ୍ୟବହାର କରିବାର ସଠିକ୍ ଉପାୟ ବିଷୟରେ ଜାଣିନଥାନ୍ତି । ଅଧିକାଂଶ ବ୍ୟକ୍ତି ପ୍ୟାକେଟ୍ କ୍ଷୀରକୁ ଫୁଟାଇ ସେବନ କରିଥାନ୍ତି କିନ୍ତୁ ଏହା ଭୁଲ ଉପାୟ । ତେବେ ଆସନ୍ତୁ ଜାଣିବା ଏହା ପଛରେ କ’ଣ କାରଣ ରହିଛି ।

– ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ପ୍ୟାକେଟ କ୍ଷୀର ଫୁଟାଇ ପିଇବା ଦ୍ୱାରା କ୍ଷୀରରେ ଥିବା ଆବଶ୍ୟକୀୟ ପୋଷକ ତତ୍ୱ ହ୍ରାସ ପାଇଥାଏ । ସେହି କ୍ଷୀରକୁ ପିଇବାର ସଠିକ ଫାଇଦା ମିଳିନଥାଏ । ଆପଣ ଚାହିଁଲେ କ୍ଷୀରକୁ ହାଲୁକା ଉଷୁମ କରିପାରିବେ ।

– ବାସ୍ତବରେ ପ୍ୟାକେଟ୍ କ୍ଷୀର ଫୁଟାଇବାର ଆବଶ୍ୟକତା ନଥାଏ କାରଣ ଏହା ପୂର୍ବରୁ ହିଁ ପାଶ୍ଚୁରାଇଜ୍‌ଡ ହୋଇଥାଏ । ଏହି ପ୍ରକ୍ରିୟାରେ କ୍ଷୀରକୁ ଏକ ନିଶ୍ଚିତ ତାପମାତ୍ରାରେ ଗରମ କରାଯାଇଥାଏ ଯଦ୍ୱାରା ଏଥିରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆ ନାଶ ହୋଇଥାନ୍ତି ।

Get real time updates directly on you device, subscribe now.