fbpx

କ୍ରିକେଟ ମଇଦାନରେ ଶିଖରଙ୍କ ଗ୍ରାଣ୍ଡ କମବ୍ୟାକ: ହ୍ୟାଟ୍ରିକ ଚୌକା ସହ ଫେରିଲେ ଗବ୍ବର

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଓପନର ଶିଖର ଧୱନ ପୁଣିଥରେ କ୍ରିକେଟ ମଇଦାନକୁ କମବ୍ୟାକ କରିଛନ୍ତି । ଅବସର ଘୋଷଣା ପରେ ପ୍ରଥମ ଥର ବ୍ୟାଟିଂ କରିବାକୁ ଓହ୍ଲାଇଛନ୍ତି ଶିଖର ଧୱନ । ଲିଜେଣ୍ଡସ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସେ ପୁଣିଥରେ ଗ୍ରାଣ୍ଡ କମବ୍ୟାକ କରିଛନ୍ତି । ସୁରେଶ ରାଇନାଙ୍କ ଦଳ ବିପକ୍ଷରେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳିଛନ୍ତି ଶିଖର ଧୱନ । ଏହି ମ୍ୟାଚରେ ହ୍ୟାଟ୍ରିକ ଚୌକା ମାରି ସେ ନିଜର ପୁରୁଣା ଫର୍ମ ଦେଖାଇଛନ୍ତି । ରାଇନାଙ୍କ ଦଳ ଦେଇଥିବା ୧୭୩ ରନର ଲକ୍ଷ୍ୟକୁ ମାତ୍ର ୨ ୱିକେଟ ହରାଇ ବିଜୟଲାଭ କରିଛି ଶିଖର ସେନା ।

ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ଅବସର ପରେ ବର୍ତ୍ତମାନ ଲିଜେଣ୍ଡସ ଲିଗ୍ କ୍ରିକେଟରେ ସାମିଲ ହୋଇଛନ୍ତି । ଇରଫାନ୍ ପଠାନ୍, ମହମ୍ମଦ କୈଫ ଏବଂ ସୁରେଶ ରାଇନା ଭଳି ଖେଳାଳିଙ୍କ ପରେ ଚଳିତବର୍ଷ ଶିଖର ଧୱନ ଏବଂ ଦିନେଶ କାର୍ତ୍ତିକ ମଧ୍ୟ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି । ଟୁର୍ଣ୍ଣାମେଣ୍ଟର ତୃତୀୟ ମ୍ୟାଚରେ ରାଇନାଙ୍କ ଗୁଜୁରାଟ ଗ୍ରେଟସ ଏବଂ ଶିଖର ଧୱନଙ୍କ ନେତୃତ୍ୱାଧୀନ ତୋୟମ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ । ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ୧୭୨ ରନ୍ କରିଥିବା ବେଳେ ହାଇଦ୍ରାବାଦକୁ ୧୭୩ ରନର ଲକ୍ଷ୍ୟ ମିଳିଥିଲା । ଦଳ ତରଫରୁ ଅଧିନାୟକ ସୁରେଶ ରାଇନା ସର୍ବାଧିକ ୪୪ ରନ୍ କରିଥିଲେ । ଏହାର ଜବାବରେ ହାଇଦ୍ରାବାଦ ଓପନର ମୋର୍ଣ୍ଣ ଭାନ୍ ୱିକଙ୍କ ଦମଦାର ଶତକୀୟ ଇନିଂସ ବଳରେ ଦଳ ମାତ୍ର ୨ ୱିକେଯ ହରାଇ ବିଜୟ ହାସଲ କରିଛି ।

ନୂୱାନ ପ୍ରଦୀପଙ୍କ ଏକ ଓଭରରେ ଶିଖର ଧୱନଙ୍କ ବ୍ୟାଟରୁ ହ୍ୟାଟ୍ରିକ ଚୌକା ଦେଖିବାକୁ ମିଳିଛି । ଏହି ଓଭରର ତୃତୀୟ ବଲ ପ୍ରଥମ ଚୌକା ମାରିଥିବା ବେଳେ ଚତୁର୍ଥ ବଲରେ ଏବଂ ପଞ୍ଚମ ବଲରେ ମଧ୍ୟ ଦୁଇଟି ଚୌକା ମାରି କ୍ରି;କଟ ମଇଦାନକୁ ଦମଦାର କମବ୍ୟାକ କରିଛନ୍ତି ଶିଖର । ତେବେ ଏହି ଦମଦାର ବ୍ୟାଟିଂକୁ ବଡ଼ ଇନିଂସରେ ପରିଣତ କରିବାରେ ବିଫଳ ହୋଇଛନ୍ତି । ଗୁଜୁରାଟ ବିପକ୍ଷରେ ୨୦ ବଲରୁ ୨୧ ରନ୍ କରି ଆଉଟ୍ ହୋଇଛନ୍ତି ଧୱନ । ତେବେ ସାଥୀ ଖେଳାଳି ମୋର୍ଣ୍ଣ ଭାନ୍ ୱିକ ୬୯ ବଲରୁ ୮ଟି ଚୌକା ଏବଂ ୯ଟି ଛକା ସହିତ ୧୧୫ ରନ୍ କରି ଦଳକୁ ବିଜୟ ଭେଟି ଦେଇଛନ୍ତି ।

Get real time updates directly on you device, subscribe now.