fbpx

ସେୟାର ବଜାର ଭାଙ୍ଗିଲା ସର୍ବକାଳୀନ ରେକର୍ଡ, ୮୫ ହଜାର ଟପିଲା ସେନସେକ୍ସ

ନୂଆଦିଲ୍ଲୀ: ସେୟାର ମାର୍କେଟ ଭାଙ୍ଗିଲା ସର୍ବକାଳୀନ ରେକର୍ଡ । ଉଭୟ ସେନସେକ୍ସ ଓ ନିପ୍ଟିରେ ସୃଷ୍ଟିହେଲା ନୂଆ ରେକର୍ଡ । ବମ୍ବେ ଷ୍ଟକ ଏକ୍ଚେଞ୍ଜରେ ସେନସେକ୍ସ ୮୫ ହଜାର ଛୁଇଁଛି, ଯାହା ୮୪,୯୨୮ ପଏଣ୍ଟରୁ କାରବାର ଆରମ୍ଭ ହୋଇଥିଲା । ସେହିପରି ନିଫ୍ଟ ସକାଳ ୧୦ଟାରୁ ୨୬ ହଜାର ଛୁଇଁବା ସହ ଉପରମୁହାଁ ରହିଛି ।

୨୩ ସେପ୍ଟେମ୍ବରକୁ ବଜାରରେ ତୃତୀୟ କାରବାରୀ କ୍ଷେତ୍ରରେ ବୃଦ୍ଧିରହିଥିଲା । ଆଇ ସେକ୍ଟରକୁ ଛାଡି ସବୁ ସେକ୍ଟରରେ କିଣାବିକା ମଧ୍ୟରେ ନିଫ୍ଟି ୨୫.୯୫୦ ପହଞ୍ଚି ଯାଇଥିଲା । କାରବାରର ଶେଷକୁ ସେନସେକ୍ସ ୩୮୪.୩୦ ଅଙ୍କା ବା ୦.୪୫ ପ୍ରତିଶତ ବୃଦ୍ଧି ପାଇ ୮୪,୯୨୮ ଓ ନିଫ୍ଟି ୧୪୮.୦୫ ବା ୦.୫୭ ପ୍ରିଶତ ବଢି ୨୫.୯୩୯କୁ ଛୁଇଁଥିଲା ।

ଭାରତ ହେଭି ଇଲେକ୍ଟିକଲ୍ସ ଲିମିଟେଡର ବର୍ତ୍ତମାନର ମାର୍କେଟ ଭ୍ୟାଲୁ ୨.୭୫.୧୫ ହୋଇଛି । ଏହି ପିଏସୟୁ କମ୍ପାନୀର ସେୟାର ଗତ ୫ ଦିନରେ ପ୍ରାୟ ୫ ପ୍ରତିଶତର ବୃଦ୍ଧି ହାସଲ କରିଛି । କିନ୍ତୁ ବିଗତ ୬ ମାସରେ ଏହା ୬ ପ୍ରତିଶତରୁ ଅଧିକ କ୍ଷତି କରାଇଛି । ଚଳିତ ବର୍ଷ ଏଯାଏଁ ୪୦ ପ୍ରିତିଶତ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି । ଗତବର୍ଷ କମ୍ପାନୀ ୧୨୧ ପ୍ରତିଶତ ରିଟନ ର୍ ଦେଇଥିଲା । ୫୨ ସପ୍ତାହରେ ସବୁଠାରୁ ଅଧିକ ୩୩୫.୩୫ ଟଙ୍କା ଓ ସବୁଠାରୁ କମ ୧୧୩.୫୦ ଟଙ୍କା ରହିଛି ।

Get real time updates directly on you device, subscribe now.