fbpx

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଓଡ଼ିଶା ଭାସ୍କର: ଆସନ୍ତାକାଲି ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି। ଏହି ଗସ୍ତରେ ସେ ବିଜେପିର ସଦସ୍ୟତା ଅଭିଯାନରେ ଯୋଗ ଦେବେ। ସୂଚନାନୁଯାୟୀ ସେ ଆସନ୍ତାକାଲି ଦିନ ୧୧ଟାରେ ଏୟାରପୋର୍ଟରେ ପହଞ୍ଚିବେ। ପରେ ଏଜି ଛକଠାରେ ଥିବା ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୃର୍ତ୍ତି ରେ ମାଲ୍ୟାର୍ପଣ କରିବେ।

ଏହା ପରେ ହୋଟେଲ ନିଉ ମ୍ୟାରିୟନରେ ସଦସ୍ୟତା ଅଭିଯାନ ନେଇ କିଛି ପ୍ରମୁଖ ବ୍ୟକ୍ତିଙ୍କ ସହ ୧ ଘଣ୍ଟାର ଏକ ଆଲୋଚନାର କାର୍ଯ୍ୟକ୍ରମ ରହିଛି। ସମାଜର ପ୍ରତିଷ୍ଠିତ ବୁଦ୍ଧିଜୀବୀ, ଯୁବ ବର୍ଗଙ୍କ ସମେତ କିଛି ବିଶେଷ ବର୍ଗ ସେଠାରେ ସାମିଲ ହେବେ। ଘ୧୨.୨୦ଟିକା ସମୟରେ ରାଜ୍ୟ ବିଜେପି କାର୍ଯ୍ୟଳୟରେ ବିଧାୟକ, ମନ୍ତ୍ରୀ, ସାଂସଦ ଓ ରାଜ୍ୟ ପଦଧିକାରୀ ସହ ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ସରିଲା ପରେ ଅପରାହ୍ନରେ ସେ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଏହା ନିଶ୍ଚିନ୍ତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମନୋବଳ ବଢ଼ାଇବ।ଓଡ଼ିଶାରେ ବିଜେପି ଯେଉଁ ଲକ୍ଷ ନେଇ ଆଗକୁ ବଢ଼ୁଛି ତାହା ନିଶ୍ଚିନ୍ତ ସଫଳ ହେବ।

ସଦସ୍ୟତା ହେଉଛି କାର୍ଯ୍ୟକର୍ତା ଚୟନର ମୂଳ ଆଧାର । ସଙ୍ଗଠନର ମୂଳ ଆଧାର ହେଉଛନ୍ତି କାର୍ଯ୍ୟକର୍ତା ଏବଂ ବିଜେପିର ମୂଳ ଆଧାର ହେଉଛି ସଙ୍ଗଠନ । ସଙ୍ଗଠନର ଶକ୍ତି ସହିତ ଆମର ବୈଚାରିକ ସ୍ପଷ୍ଟତା ଓ ଗରୀବ କଲ୍ୟାଣର ମନ୍ତ୍ର ଆମକୁ ଦେଶ ଓ ରାଜ୍ୟରେ ଲୋକଙ୍କର ବିଶ୍ୱାସଭାଜନ କରିଛି । ପାର୍ଟୀର ସାଂଗଠନିକ ମହାପର୍ବ “ସଦସ୍ୟତା ଅଭିଯାନ – ୨୦୨୪” ଚଳିତ ମାସ ୨ ତାରିଖରୁ ଦେଶବ୍ୟାପୀ ଏବଂ ୩ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଛି । ଆମ ସଦସ୍ୟତା ଅଭିଯାନକୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ଗତିଶୀଳ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଓଡିଶା ଗସ୍ତରେ ଆସୁଛନ୍ତି ବୋଲି ଡ.ମହାନ୍ତି ସୂଚନା ଦେଇଛନ୍ତି ।

ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଏଜି ଛକସ୍ଥିତ ବାବାସାହେବ ଡ.ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବେ । ଏହା ପରେ ବୁଦ୍ଧିଜୀବି ସମ୍ମିଳନୀରେ ଯୋଗ ଦେଇ ପାର୍ଟୀର ସଦସ୍ୟତା ଅଭିଯାନ ସଂପର୍କରେ ଆଲୋଚନା କରିବେ । ଏହି ଅବସରରେ ରାଜ୍ୟର ବିଭିନ୍ନ ଗୋଷ୍ଠୀ, ଅନୁଷ୍ଠାନ ଓ ସଂଗଠନକୁ ପ୍ରତିନିଧିତ୍ୱ କରୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେବେ । ମଧ୍ୟାହ୍ନରେ ଶ୍ରୀ ନଡ୍ଡା ରାଜ୍ୟ କାର୍ଯ୍ୟାଳୟଠାରେ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ରାଜ୍ୟ ପଦାଧିକାରୀଙ୍କ ସହ ସଦସ୍ୟତା ଅଭିଯାନ ସଂପର୍କରେ ଆଲୋଚନା କରିବେ ବୋଲି ଡ.ମହାନ୍ତି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.