fbpx

ଗର୍ଭନିରୋଧକ ବଟିକା ସେବନ କରୁଛନ୍ତି କି ? ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ଓଡ଼ିଶା ଭାସ୍କର: କଥାରେ ଅଛି ମାତୃତ୍ୱ ନାରୀକୁ ପୂର୍ଣ୍ଣତା ପ୍ରଦାନ କରିଥାଏ । ମାଆ ଡାକ ଶୁଣିବା ପାଇଁ ହୃଦୟ ସବୁବେଳେ ବ୍ୟାକୁଳ ରହିଥାଏ । କିନ୍ତୁ ବେଳେ ବେଳେ ଯୌବନର ଜୋଶରେ କିଛି ଭୁଲ କାର୍ଯ୍ୟ ଯୋଗୁଁ ପରବର୍ତ୍ତୀ ସମୟରେ ମାଆ ଡାକ ଶୁଣିବାରୁ ବଞ୍ଚିତ ହୋଇଥାନ୍ତି କିଛି ମହିଳା । ଅଧିକାଂଶ କ୍ଷେତ୍ରରେ ମହିଳାମାନେ ଗର୍ଭନିରୋଧକ ବଟିକାର ସେବନ କରିଥାନ୍ତି ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଆଣିଥାଏ ।

ଏକ୍ସପର୍ଟଙ୍କ ଅନୁଯାୟୀ ପ୍ରତ୍ୟେକ ମହିଳା ଗର୍ଭନିରୋଧକ ବଟିକାର ପାଶ୍ୱର୍ପ୍ରତିକ୍ରିୟା ବିଷୟରେ ଜାଣିବା ଉଚିତ । ଏହି ଔଷଧରେ ଏଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟିନର ମିଶ୍ରଣ କିମ୍ବା କେବଳ ପ୍ରୋଜେଷ୍ଟିନ୍ ରହିଥାଏ । ଏହା ଡିମ୍ବାଶୟରୁ ଓଭାଲୁଏସନକୁ ରୋକିଥାଏ ଏବଂ ଗର୍ଭାଶୟର ସର୍ଭିକ୍ସ ଚାରିପାଖରେ mucusକୁ ଗାଢ଼ା ବା ମୋଟା କରିଥାଏ । ଫଳରେ ଶୁକ୍ରାଣୁ ପ୍ରବେଶ କଷ୍ଟକର ହୋଇଥାଏ । ଯଦି ଏହି ବଟିକା ସଠିକ ଭାବରେ ନିଆଯାଏ ତେବେ ଏହା ୯୯%ରୁ ଅଧିକ ପ୍ରଭାବଶାଳୀ ଅଟେ । ତେବେ ଅତ୍ୟାଧିକ ଗର୍ଭନିରୋଧକ ବଟିକା ସେବନ କରିବା ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ।

୧. ବ୍ଲଡ୍ କ୍ଲଟିଂ: ଗର୍ଭନିରୋଧକ ବଟିକା ଦ୍ୱାରା ବ୍ଲଡ୍ କ୍ଲଟିଂ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ବିଶେଷକରି ଧୂମପାନ କରୁଥିବା କିମ୍ବା ୩୫ ବର୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସତର୍କ ରହିବାର ଆବଶ୍ୟକ ଅଛି ।

୨. ହୃଦରୋଗ: ଦୀର୍ଘ ସମୟ ପର୍ଯ୍ୟନ୍ତ ଗର୍ଭନିରୋଧକ ବଟିକା ବ୍ୟବହାର କରିବା ଦ୍ୱାରା ରକ୍ତଚାପ ସହ ହୃଦରୋଗର ଆଶଙ୍କା ବୃଦ୍ଧି ପାଇଥାଏ ।

୩. ଯକୃତ ସମସ୍ୟା: ଅତ୍ୟାଧିକ ମାତ୍ରାରେ ଗର୍ଭନିରୋଧକ ଔଷଧ ସେବନ କରିବା ଦ୍ୱାରା ଯକୃତରେ ଟ୍ୟୁମରର କାରଣ ହୋଇପାରେ ।

୪. ସ୍ତନ କର୍କଟ: ରିସର୍ଚ୍ଚରୁ ପ୍ରକାଶ କି ଗର୍ଭନିରୋଧକ ବଟିକା ବ୍ୟବହାର କରିବା ସ୍ତନ କର୍କଟ ଆଶଙ୍କା ବୃଦ୍ଧି କରିଥାଏ ।

୫. ମୁଡ୍ ସ୍ୱିଙ୍ଗ୍ ଏବଂ ଡିପ୍ରେସନ୍‌: ହର୍ମୋନାଲ ପରିବର୍ତ୍ତନ କାରଣରୁ ମୁଡ୍ ସ୍ୱିଙ୍ଗ୍‌, ଚିନ୍ତା କିମ୍ବା ଡିପ୍ରେସନର ଶିକାର ହୋଇଥାନ୍ତି ।

Get real time updates directly on you device, subscribe now.