fbpx

ଦୀପବଳି ପରେ ହୋଇଥାନ୍ତା ବାହାଘର, ତା ଆଗରୁ ଝିଅ ଚାଲିଗଲା ପୁଅ ଘରକୁ, ତାପରେ…

ଡୁଙ୍ଗରପୁର: ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାର ଚୌରାସି ଥାନା ଅଧୀନରେ ଘଟିଯାଇଛି ଏମିତି ଘଟଣା, ଯାହାକୁ ନେଇ ଜିଲ୍ଲାବ୍ୟାପୀ ଚର୍ଚ୍ଚା । ବାହାଘର ଆଗରୁ ୧୯ ବର୍ଷୀୟା କନ୍ୟା ବର ଘରେ ପହଞ୍ଚି ଦେଇଦେଲା ଫାଶୀ । ଯୁବତୀଙ୍କ ଏମିତି କାଣ୍ଡକୁ ଦେଖି ବରଘର ଲୋକଙ୍କ ଅବସ୍ଥା ଖରାପ । ପୋଲିସ ଘଟଣାର କରୁଛି ତଦନ୍ତ । କାହିଁକି ଯୁବତୀ ଏମିତି କଲେ ତାକୁ ନେଇ ପୋଲିସ ଖୋଳତାଡ କରୁଛି ।

ତେବେ ସୂଚନା ମୁତାବକ, ଚୌରାସି ପୋଲିସ କହିଛି କି, ମାଥୁଗାମଡା ବାସିନ୍ଦା, ଡୀବା କଟାରା ଏନେଇ ପୋଲିସକୁ ସୂଚନା ଦେଇଥିଲେ । ଜୀବା ପୋଲିସକୁ ଜଣାଇଛନ୍ତି କି, ତାଙ୍କ ଝିଅର ବାହାଘର ନେଗାଲାର ଶୈଳେଶ ସହ ହେବାର ଥିଲା । ଦୀପାବଳୀ ପରେ ବାହାଘର ହୋଇଥାନ୍ତା । ବାହାଘର ଆଗରୁ ଝିଅ ତାର ଭାବି ଶାଶୁଘରକୁ ଯାଆ ଆସ କରୁଥିଲା । ବିଗତ ୨ ଦିନ ହେବ ସେ ସେଠି ଥିଲା ।

ଝିଅ ଶାଶୁଘରକୁ ଯାଇଥିବା ବେଳେ ତାର ଭାବି ସ୍ୱାମୀ ଅହମଦାବାଦ ଯାଇଥିଲା । କିନ୍ତୁ ଝିଅ ମରିବା ଖବର ପାଇ ସେ ଗାଁକୁ ଫେରିଥିଲା । ଭାବି ପତ୍ନୀଙ୍କ ଏମିତି କାଣ୍ଡ ଦେଖି ସେ ଆଶ୍ଚର୍ଯ୍ୟଚକିତ ରହିଯାଇଥିଲା । ଏହାର ପଛରେ କି କାରଣ ରହିଛି, ସେ ପୋଲିସକୁ କିଛି ମଧ୍ୟ କହିପାରିନଥିଲା । ତେବେ ଏହି ଘଟଣାରେ ଝିଅର ପରିବାର ଲୋକେ କୌଣସି ଅଭିଯୋଗ କରିନାହାନ୍ତି । ତଥାପି ପୋଲିସ ଘଟଣାକୁ ନେଇ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.