fbpx

(video) ସୁଭଦ୍ରା ଟଙ୍କାକୁ ନେଇ ବଡ଼ ଅପଡେଟ୍, ଦୁର୍ଗାପୂଜାରେ ମହିଳା ହେବେ ମାଲାମାଲ

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ଆସିଲା ବଡ ଅପଡେଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଲେ ବଡ଼ ସୂଚନା । ସୁଭଦ୍ରା ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ଖୁବ୍ ଶିଘ୍ର ହିତାଧିକାରୀଙ୍କୁ ମିଳିବାକୁ ଯାଉଛି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଆବେଦନକାରୀଙ୍କ ସଂଖ୍ୟା ୯୧ଲକ୍ଷ ଟଙ୍କା ଟପିଥିବା କହିଛନ୍ତି ଉପମୁଖ୍ୟ ମନ୍ତ୍ରୀ । ଚାରୋଟି ସ୍ଲାବରେ ହିତାଧିକାରୀ ପାଇବେ ସୁଭଦ୍ରା କିସ୍ତି ସହାୟତା ଟଙ୍କା ।

ବିଜେପିର ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । କହିଛନ୍ତି, ଆଗକୁ ଭଉଣୀମାନଙ୍କ ଯେଉଁ ପର୍ବ ଆସୁଛି । ସେହି ପର୍ବଦିନ ବାକି ୨୫ ଲକ୍ଷ ମହିଳାଙ୍କୁ ଟଙ୍କା ମିଳିବା ନେଇ ସେ ଆଶା ରଖିଛନ୍ତି । ଦୁର୍ଗାଷ୍ଟମୀ ଦିନ ଅର୍ଥାତ ଦଶହରାର ଦୁଇ ଦିନରେ ହୁଏତ ଏହି ଟଙ୍କା ଆସିବ ମହିଳାଙ୍କ ଖାତାକୁ । ଦୁର୍ଗାପୂଜା ପାଇଁ ମହିଳାଙ୍କୁ ଏହା ସରକାରଙ୍କ ଭେଟି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଆଗକୁ ଏ ସଂକ୍ରାନ୍ତରେ ଆହୁରି ସ୍ପଷ୍ଟ ସୂଚନା ଆସିବ ବୋଲି କୁହାଯାଉଛି ।

ସେପଟେ ସୁଭଦ୍ରା ଯୋଜନା ପାଇବା ପାଇଁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୯୨ ଲକ୍ଷ ମହିଳା ଆବେଦନ କରିଛନ୍ତି । ଆସନ୍ତା ସପ୍ତାହ ଭିତରେ ଏହି ସଂଖ୍ୟା ୧ କୋଟି ପହଞ୍ଚିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।
ଚାରୋଟି ସ୍ଲାବରେ ପର୍ଯ୍ୟାୟ କ୍ରମେ କୋଟିଏ ହିତାଧିକାରୀଙ୍କୁ ପାଖରେ ସୁଭଦ୍ରା ସହାୟତା ପହଞ୍ଚିବ । ଯେଉଁମାନେ ଆବେଦନ କରିଛନ୍ତି, ସରକାର ସମସ୍ତଙ୍କର ଭେରିଫିକେସନ କରିବେ । ଉପମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି କୋଟିଏ ଲୋକଙ୍କ ପାଖରେ ଖୁବଶୀଘ୍ର ସୁଭଦ୍ରା ଟଙ୍କା ପହଞ୍ଚିଯିବ ।

 

 

Get real time updates directly on you device, subscribe now.