fbpx

ମହାଲକ୍ଷ୍ମୀଙ୍କୁ ମୁକ୍ତି ମାରିଥିଲେ ସିନା, ଆଉ କିଛି ଦିନ ରହିଥାନ୍ତେ ଶବ ସାଙ୍ଗରେ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ମହାଲକ୍ଷ୍ମୀ ହତ୍ୟା ଘଟଣାର ବିଭିନ୍ନ ଗୁମର ଆସୁଛି ସାମ୍ନାକୁ । ପ୍ରେମିକାକୁ ମାରି ଫ୍ରିଜରେ ରଖିଥିବା ଭଦ୍ରକର ଯୁବକ ମୁକ୍ତିରଞ୍ଜନ ପ୍ରତାପ ରାୟର ମୃତ୍ୟୁ ପରେ ପରିବାର ଲୋକ ଦେଉଛନ୍ତି ରୋଚକ ତଥ୍ୟ । କୁଆଡେ ମୁକ୍ତି ହତ୍ୟା ପରେ ବି କରିଥିଲା ଲମ୍ବା ପ୍ଲାନ, ଯେମିତି ପୋଲିସ ତା ନିକଟରେ ପହଞ୍ଚି ପାରିବ ନାହିଁ । ଗଣମାଧ୍ୟମକୁ ବାଇଟ ଦେବା ଅବସରରେ ଏହି ପ୍ଲାନ ସେୟାର କରିଛନ୍ତି ମୁକ୍ତିଙ୍କ ଭାଇ ସତ୍ୟରଞ୍ଜନ ।

ସତ୍ୟ ଏବେ ବ୍ରହ୍ମପୁରରେ ଇଞ୍ଜିନିୟରିଂ ପଢୁଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି, ସେପ୍ଟେମ୍ବର ୩ରି ତାଙ୍କ ଭାଇ ପ୍ରେମିକାକୁ ହତ୍ୟା କରିବାକୁ ବାଧ୍ୟ ହୋଇଥିଲା । କାରଣ ଉଭୟ ପ୍ରଥମେ ବିବାହ କରିବାକୁ ଚାହିଁଥିଲେ । କିନ୍ତୁ ପରେ ଯୁବତୀଙ୍କର ନିଜ ପୂର୍ବ ସ୍ୱାମୀଙ୍କ ସହ ସମ୍ପର୍କ ସୁଧୁରିବା ଆରମ୍ଭ କରିଥିଲା । ମହାଲକ୍ଷ୍ମୀ ବାରମ୍ବାର ବିଭିନ୍ନ ଉପାୟରେ ମୁକ୍ତିଙ୍କଠାରୁ ଟଙ୍କା, ଗହଣା ଝଡାଉଥିଲେ । ମୁକ୍ତିଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ।

ଏମିତି କି ନିକଟରେ ଉଭୟ କେରଳ ଯାଇଥିଲେ । କିନ୍ତୁ ସେଠାରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ବହୁତ ପାଟିତୁଣ୍ଡ ହେଲା । ତେଣୁ ମହାଲକ୍ଷ୍ମୀ ମିଛରେ ମୁକ୍ତିଙ୍କ ବିରୋଧରେ ପୋଲିସରେ ଅପହରଣ ଅଭିଯୋଗ ଆଣିଥିଲେ । ପୋଲିସ ଘଟଣାରେ ମୁକ୍ତିଙ୍କୁ ନେଇ ବହୁତ ପିଟିଥିଲା । ଏହି ଘଟଣାରେ ମୁକ୍ତି ଅତିଷ୍ଟ ହୋଇଯାଇଥିଲେ । ତେଣୁ ତିନି ତାରଖରେ ସେ ଯୁବତୀଙ୍କ ଗଳା ଚିପି ତାଙ୍କୁ ହତ୍ୟା କରିଥିଲେ ।

ହତ୍ୟାକୁ ସେ ଭିନ୍ନ ମୋଡ ଦେବାକୁ ଚାହିଁଥିଲେ, କିନ୍ତୁ ତାହା କରିପାରିନଥିଲେ । ତେଣୁ ଅନନ୍ୟୋପାୟ ହୋଇ ମହାଲକ୍ଷ୍ମୀଙ୍କ ଶବକୁ କାଟି ୪୯ ଖଣ୍ଡ କରି ଫ୍ରିଜରେ ପୁରେଇ ସେଠାରୁ ଚାଲିଆସିଥିଲେ । ଆହୁରି ସତ୍ୟ କହିଛନ୍ତି କି, ତାଙ୍କ ଭାଇ କହିଥିଲେ, ୨-୩ ମାସ ଫ୍ରିଜରେ ରଖିବେ, ଘଟଣା ଥମିଯିବା ପରେ ଧୀରେ ଧୀରେ ସେସବୁକୁ ଫିଙ୍ଗିଦେବେ ବୋଲି ମୁକ୍ତିଙ୍କ ଯୋଜନା ସମ୍ପର୍କରେ କହିଛନ୍ତି ସତ୍ୟ ।

Get real time updates directly on you device, subscribe now.