fbpx

ପ୍ରବଳ ବର୍ଷାରେ ବେହାଲ୍ ପୁରୀ; ବଡଦାଣ୍ଡରେ ଆଣ୍ଠୁଏ ପାଣି, ଜନଜୀବନ ଅସ୍ତବ୍ୟସ୍ତ

ପୁରୀ: ସାରା ରାଜ୍ୟରେ ବର୍ଷା ବିତ୍ପାତ ଦେଖାଯାଉଛି । ପୁରୀ ସମେତ 13ଟି ଜିଲ୍ଲାକୁ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହି କ୍ରମରେ ପୁରୀରେ ମଧ୍ୟ ମୂଶଳଧାରରେ ବର୍ଷା ଜାରି ରହିଛି । ଫଳରେ ବଡ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ବଡଦାଣ୍ଡ ସମ୍ପୁର୍ଣ୍ଣ ବୁଡିଲା ଭଳି ମନେହେଉଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି କ୍ରମରେ ଗୁଣ୍ଡିଚା ମନ୍ଦିରର ଆଖପାଖ ଅଞ୍ଚଳରେ ମଧ୍ୟ ପାଣି ଜମିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ତେବେ ପ୍ରବଳ ବର୍ଷା ଯୋଗୁଁ ପର୍ଯ୍ୟଟକମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ପାଣି ଜମି ରହିଥିବାରୁ ବସ୍ ମଧ୍ୟ ଯିବା ଆସିବାରେ ବାଧା ଦେଖାଯାଇଛି । ତେବେ ବାହାର ରାଜ୍ୟରୁ ଆସିଥିବା ଭକ୍ତମାନେ ନାହିଁ ନଖିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଅନ୍ୟପଟେ ବର୍ଷା ଯୋଗୁଁ ପଞ୍ଚଲିଙ୍ଗେଶ୍ବର ମନ୍ଦିରରେ ଦର୍ଶନ ବନ୍ଦ ରଖାଯାଇଛି । ଦୀପ ଷ୍ଟାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଝରଣାର ପ୍ରଖର ସ୍ରୋତ ଯୋଗୁଁ ନୀଳଗିରି ସ୍ଥିତ ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ବର ମନ୍ଦିରରେ ଭକ୍ତଙ୍କ ଦରଶନ ବନ୍ଦ ରଖାଯାଇଛି ।   ସେପଟେ ଦୁର୍ବଳ ହୋଇ ଲଘୁଚାପ ଘୁର୍ଣ୍ଣିବଳୟ ଭାବେ ମଧ୍ୟ ପ୍ରଦେଶ ଓ ପାଶ୍ୱବର୍ତୀ   ଅଂଚଳରେ ସକ୍ରିୟ ରହିବାରୁ ଏହାରି ପ୍ରଭାବରେ ଆହୁରି ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

Get real time updates directly on you device, subscribe now.