fbpx

ଦୁଃଖଦ ! ମା’ କ୍ୟାନ୍ସରରେ ମରିଥିଲେ, ବାପା 4 ଛୁଆଙ୍କୁ ବିଷ ଦେଇ ନିଜେ ଖାଇଦେଲେ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ବିଷ ଖାଇ ବାପା ସହିତ 4ଜଣ ଝିଅ ଆତ୍ମହତ୍ୟା କରିଥିବା ଜଣାପଡିଛି । ରଙ୍ଗପୁରୀ ଅଞ୍ଚଳରେ ସନ୍ଦେହଜନକ ପରିସ୍ଥିତିରେ 5ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବାପା ଝିଅମାନଙ୍କୁ ହତ୍ୟା କରିବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ।

ଗୋଟିଏ ଘରୁ ହିଁ 5ଜଣଙ୍କ ମୃତଦେହ ମିଳିଥିଲା । ତେବେ ବାପାଙ୍କ ନିକଟରେ ସଲଫାଜ ବଟିକା ପଡିଥିବା କାରଣରୁ ଏହା ଖାଇ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । 4ଜଣ ଝିଅଙ୍କ ମଧ୍ୟରୁ ଜଣେ ଦୃଷ୍ଟିବାଧିତ ଥିଲା, ଆଖିକୁ ଦେଖାଯାଉ ନଥିଲା । ତାଙ୍କ ନିକଟରେ ମଧ୍ୟ ସଲଫାଜ ପକେଟ ମିଳିଛି । ପୋଲିସ କହିବା ଅନୁସାରେ ବାପା କାର୍ପେଣ୍ଟର ଭାବେ କାମ କରୁଥିଲେ । ଅନ୍ୟପଟେ ପତ୍ନୀ କର୍କଟ ରୋଗରେ ଆକ୍ରନ୍ତ ହୋଇ ଦୀର୍ଘ ବର୍ଷ ଧରି ସଂଘର୍ଷ କରିବା ପରେ ଏକ ବର୍ଷ ପୂର୍ବେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସ୍ଥାନୀୟ ସିସିଟିଭି ଫୁଟେଜରେ ଦେଖାଯାଇଛି ଯେ, ଘରର ମୁରବି 24 ତାରିଖ ଦିନ ଘର ଭିତରକୁ ଯାଉଥିବା ଦେଖାଯାଇଛି । ସେବେଠାରୁ ଘରର କବାଟ ଆଉ ଖୋଲିନଥିଲା । ପୋଲିସ ତାଲା ଭାଙ୍ଗି ମୃତଦେହ ଜବତ କରିଥିଲା । 50 ବର୍ଷୀୟ ହିରା ଲାଲ ଦିଲ୍ଲୀର ରଙ୍ଗପୁରୀ ଗ୍ରାମରେ ରହୁଥିଲେ ।

Get real time updates directly on you device, subscribe now.