fbpx

ହିଜବୁଲ୍ଲାର ମୁଖ୍ୟ ହାସନ ନସରଲ୍ଲାଙ୍କୁ ହତ୍ୟା, ଇସ୍ରାଏଲ ସେନାଙ୍କ ଦାବି ‘ଏବେ ବଞ୍ଚିଛନ୍ତି ଜଣେ କମାଣ୍ଡର’

ନୂଆଦିଲ୍ଲୀ: ଇସ୍ରାଏଲ ଲଗାତାର ହିଜବୁଲ୍ଲା ଆତଙ୍କବାଦୀଙ୍କୁ ଟାର୍ଗେଟ କରି, ତାଙ୍କ ବାସସ୍ଥାନରେ ଏୟାର ଷ୍ଟ୍ରାଇକ ଦ୍ୱାରା ବିସ୍ଫୋରଣ କରିଛି। ଏହାରି ମଧ୍ୟରେ ଇସ୍ରାଏଲ ବଡ଼ ଦାବି କରିଛି ଯେ, ନସରଲ୍ଲାଙ୍କୁ ହତ୍ୟା କରାଯାଇଛି। ଇସ୍ରାଏଲ ଡିଫେନ୍ସ ଫୋର୍ସ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ବର୍ତ୍ତମାନ ହସନ ନସରଲ୍ଲାହ ଦୁନିଆକୁ ଆତଙ୍କିତ କରିପାରିବେ ନାହିଁ। ହସନ ନସରଲ୍ଲାହ ୩୨ ବର୍ଷ ହେଲାଣି ସଂଗଠନର ମୁଖ୍ୟ ଥିଲେ।

ଇସ୍ରାଏଲର ସେନା ମୁଖପାତ୍ର ଲେଫ୍ଟିନେଣ୍ଟ କର୍ନଲ ନାଦାବ ଶୋଶାନୀ ଏକ୍ସରେ ପୋଷ୍ଟ ମାଧ୍ୟମରେ ନସରଲ୍ଲାଙ୍କ ମୃତ୍ୟୁ ବିଷୟରେ କହିଛନ୍ତି। ଏଏଫପିଙ୍କ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ସେନାର ମୁଖପାତ୍ର ଡେବିଡ ଆବ୍ରାହମ କହିଛନ୍ତି ଯେ, ଲେବାନନର ରାଜଧାନୀ ବେରୂତ ଉପରେ ଶୁକ୍ରବାର ଦିନ ହୋଇଥିବା ଏୟାର ଷ୍ଟ୍ରାଇକରେ ହିଜବୁଲ୍ଲା ମୁଖ୍ୟଙ୍କୁ ହତ୍ୟା କରାଯାଇଛି। ହସନ ନସରଲ୍ଲାଙ୍କୁ ହତ୍ୟା କରିଥିବା ଅପରେସନର ନାମ .. ଥିଲା। ନସରଲ୍ଲାଙ୍କ ମୃତ୍ୟୁର ଦାବି ପରେ ଇତ୍ସାଏଲ ସେନା କହିଛନ୍ତି ଯେ, ‘ଯିଏ ବି ଇସ୍ରାଏଲକୁ ଧମକାଇବ, ଆମକୁ ଜଣାଅଛି ଯେ;ସେପର୍ଯ୍ୟନ୍ତ ଆମେ କିପରି ପହଞ୍ଚିବୁ। ଏହା ଆମ ଶକ୍ତିର ଶେଷ ନୁହେଁ।’

ଟାଇମ୍ସ ଅଫ ଇସ୍ରାଏଲର ରିପୋର୍ଟ ମୁତାବକ, ଇସ୍ରାଏଲ ସେନା କହିଛନ୍ତି ଯେ; ସେମାନେ ଗୋଟିଏ ଦିନ ପୂର୍ବରୁ ହିଜୁବଲ୍ଲାର ହେଡକ୍ୱାଟର ଉପରେ ଆକ୍ରମଣ କରିଥିଲେ, ଯେଉଁଠାରେ ହସନ ନସରଲ୍ଲା ମଧ୍ୟ ଉପସ୍ଥିତ ଥିଲେ। ଇସ୍ରାଏଲର ସେନା ଲଗାତାର ବେରୂତ ସମତେ ଅନେକ ଅଞ୍ଚଳରେ ଆକ୍ରମଣ କରୁଛି।

Get real time updates directly on you device, subscribe now.