fbpx

ମହାରାଷ୍ଟ୍ରରେ କେବେ ହେବ ନିର୍ବାଚନ? Election Commission ଦେଲେ ବଡ ଅପଡ଼େଟ , ଏହି ଦିନ ଶେଷ ହେବ ବିଧାନସଭା

ମହାରାଷ୍ଟ୍ରରେ କେବେ ହେବ ନିର୍ବାଚନ, Election Commission ଦେଲେ ବଡ ଅପଡ଼େଟ , ଏହି ଦିନ ଶେଷ ହେବ ବିଧାନସଭା ମୁମ୍ବାଇ: ମହାରାଷ୍ଟ୍ରରେ କେବେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ? ରାଜ୍ୟରେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ। ଶନିବାର ଦିନ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଲୋକଙ୍କ ଏହି ପ୍ରଶ୍ନ ଉପରେ ବଡ଼ ସୂଚନା ଦେଇଛନ୍ତି। ବାସ୍ତବରେ ସେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମହାରାଷ୍ଟ୍ର ଗସ୍ତରେ ଯାଇଥିଲେ। ଏହି ସମୟରେ ସେ କହିଛନ୍ତି ଯେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ୨୬ ନଭେମ୍ବରରେ ଶେଷ ହେବ, ଏହାପୂର୍ବରୁ ଆମକୁ ନିର୍ବାଚନ କରିବାକୁ ପଡିବ।

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଗଣତନ୍ତ୍ରରେ ସମସ୍ତଙ୍କ ଅଂଶଗ୍ରହଣ ଜରୁରୀ। ମହାରାଷ୍ଟ୍ରରେ ୧ ଲକ୍ଷ ୧୮୬ଟି ମତଦାନ କେନ୍ଦ୍ର ରହିଛି। ଏଠାରେ ୪୨,୫୫୮ଟି ସହରାଞ୍ଚଳ ବୁଥ୍ ଓ ୫୭,୬୦୦ଗ୍ରାମୀଣ ବୁଥ୍ ରହିଛି। ସହରାଞ୍ଚଳର ଶତ ପ୍ରତିଶତ ବୁଥ୍ ଏବଂ ଗ୍ରାମାଞ୍ଚଳରେ ମଧ୍ୟ ୫୦ ପ୍ରତିଶତରୁ ଅଧିକ ବୁଥରେ ସିସିଟିଭି କ୍ୟାମେରା ଲଗାଇବାକୁ ଚେଷ୍ଟା କରାଯିବ।

ନିର୍ବାଚନ କମିସନରଙ୍କ ଟିମ୍ ତିନି ଦିନିଆ ମହାରାଷ୍ଟ୍ର ଗସ୍ତରେ ଅଛନ୍ତି। ଏହି ସମୟରେ ନିର୍ବାଚନ ଆୟୋଗ ୨୦୨୪ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅଧିକାରୀମାନଙ୍କ ସହ ଏକାଧିକ ବୈଠକ କରି ପ୍ରସ୍ତୁତିର ସମୀକ୍ଷା କରିଥିଲେ।

ସିଇସି କହିଛନ୍ତି ଯେ ଏହି ସମୟରେ ଆମେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ମଧ୍ୟ ଭେଟିଥିଲୁ ଏବଂ ସେମାନେ ଦୀପାବଳି ଭଳି ପର୍ବକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଘୋଷଣା କରିବାକୁ ଆମକୁ କହିଥିଲେ। ଅଧିକାରୀଙ୍କ ବଦଳିରେ ସ୍ୱଚ୍ଛତା ଆଣିବା ସହ ୧୭ସି ଉପଲବ୍ଧ କରାଇବାକୁ ରାଜନୈତିକ ଦଳମାନେ ଦାବି କରିଛନ୍ତି। ମତଦାନ ପ୍ରକ୍ରିୟା ଶେଷ ହେବା ପରେ ପୋଲିଂ ଏଜେଣ୍ଟଙ୍କୁ ୧୭ସିର ନକଲ ଦିଆଯିବ। କେହି ଯେପରି ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରଚାର ନ କରନ୍ତି, ତାହା ଉପରେ ମଧ୍ୟ ନଜର ରଖିବାକୁ ପଡ଼ିବ।

Get real time updates directly on you device, subscribe now.