fbpx

ମାଗଣାରେ କୃଷକଙ୍କୁ ମିଳିବ ଏହି ଜିନିଷ, କରି ନିଅନ୍ତୁ ପଞ୍ଜିକରଣ: କୃଷି ବିଭାଗ ତରଫରୁ ସୂଚନା

ନୂଆଦିଲ୍ଲୀ: କୃଷକଙ୍କ ବିକାଶ ପାଇଁ ସରକାରଙ୍କ ତରଫରୁ ପ୍ରୟାସ ଜାରି ରହିଛି । ପିଏମ କିସାନ ସମ୍ମାନ ନିଧି ଯୋଜନାରେ ବାର୍ଷିକ ୬,୦୦୦ ଟଙ୍କା ଯୋଗାଇ ଦେବା ସହ ଆହୁରି ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ସରକାର । ବର୍ତ୍ତମାନ କୃଷକ ମାନଙ୍କ ପାଇଁ ଆଉ ଏକ ସୁବିଧା ଉପଲବ୍ଧ କରାଯାଉଛି । ଏଣିକି ଜନପଦର କୃଷକମାନଙ୍କୁ ମାଗଣାରେ ଭଲ ପ୍ରଜାତିର ସୋରିଷ ବୀଜ ପ୍ରଦାନ କରାଯିବ । ବୀଜ ବିକାଶ ନିଗମ ତରଫରୁ କୃଷି ବିଭାଗକୁ ଏହି ଯୋଗାଣ କରାଯାଇଛି । ସୋମବାରରୁ ଜିଲ୍ଲା ମୁଖ୍ୟାଳୟ, ବ୍ଲକ ସ୍ତରୀୟ ବିଭାଗୀୟ ଗୋଦାମରୁ ଏହି ମଞ୍ଜି ବିତରଣ କରାଯିବ । କୃଷକମାନଙ୍କୁ ଅତିକମରେ ୨ କିଲୋ କିମ୍ବା ସର୍ବାଧିକ ୪ କିଲୋ ମଞ୍ଜି ପ୍ରଦାନ କରାଯିବ ।

ଜନପଦରେ ପ୍ରବଳ ମାତ୍ରାରେ ସୋରିଷ ଚାଷ କରିଥାନ୍ତି କୃଷକ । ତେଣୁ ଏହି ଫସଲକୁ ଆହୁରି ବୃଦ୍ଧି କରିବା ପାଇଁ କୃଷି ବିଭାଗ ତରଫରୁ କୃଷକମାନଙ୍କୁ ମାଗଣା ସୋରିଷ ମଞ୍ଜି ପ୍ରଦାନ କରାଯିବ । ଏଥିପାଇଁ ଜନପଦରେ ସୋରିଷ ମଞ୍ଜି ପହଞ୍ଚି ସାରିଛି । ସୋରିଷ ମଞ୍ଜି ସହିତ ତୋରିୟା ମଞ୍ଜି ପ୍ରଦାନ କରିବେ ବୀଜ ନିଗମ ବିଭାଗ । କୃଷ ବିଭାଗକୁ ୨୪ କ୍ୱିଣ୍ଟାଲ ସୋରିଷ ଏବଂ ୧ କ୍ୱିଣ୍ଟାଲ ତୋରିୟା ଦିଆଯାଇଛି । ବୀଜ ମିନି କିଟ୍ (ପ୍ୟାକେଟ) ଭାବରେ ଗ୍ରହଣ କରିଛି କୃଷି ବିଭାଗ । ପ୍ରତି ପ୍ୟାକେଟର ଓଜନ ୨ କିଲୋ ରହିଛି ।

Get real time updates directly on you device, subscribe now.