fbpx

IPS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର, ଟ୍ୱିନ୍ ସିଟି ପୋଲିସ କମିଶନର ହେଲେ ସୁରେଶ ଦେବଦତ୍ତ ସିଂହ

ଭୁବନେଶ୍ୱର: ରବିବାର ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ପ୍ରାୟ ୨୭ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ବଦଳି ହୋଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

କଟକ- ଭୁବନେଶ୍ୱରର ନୂତନ କମିଶନର ହେଲେ ସୁରେଶ ଦେବଦତ୍ତ ସିଂହ । ପୂର୍ବରୁ ସଞ୍ଜୀବ ପଣ୍ଡା ଟ୍ୱିନ୍ ସିଟି ପୋଲିସ କମିସନର ଭାବେ କାର୍ଯ୍ୟରତ ଥିଲେ । ବର୍ତ୍ତମାନ ଏଡିଜି ଟ୍ରେନିଂ, BPSPA ନିର୍ଦ୍ଦେଶକ ହେଲେ ସଞ୍ଜୀବ ପଣ୍ଡା । ଏକେ ରୟ ହେଲେ ଜେଲ ବିଭାଗ ନୂଆ ଡିଜି । ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ । ତାଙ୍କ ସ୍ଥାନରେ ଆରପି କୋଚେ ନୂଆ ଗୁଇନ୍ଦା ନିର୍ଦ୍ଦେଶକ ହୋଇଛନ୍ତି । ବର୍ତ୍ତମାନ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏଡିଜିପି ଆଧୁନୀକାଣ ଦାୟିତ୍ୱ ଦିଆଯାଇଛି । ସେହିପରି ବଦଳିଲେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା । ବର୍ତ୍ତମାନ ସନ୍ତୋଷ ବାଲାଙ୍କୁ SCRB ଓ SFSL ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ଗୃହ ବିଭାଗ OSD ଏସ୍ ଏମ୍ ନରୱାଣେଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ୍ ଦାୟିତ୍ୱ ଦିଆଯାଇଛି । କ୍ରାଇମବ୍ରାଞ୍ଚ୍ ଏଡିଜି ଅରୁନ ବୋଥ୍ରାଙ୍କର ବଦଳି ହୋଇଛି। ତାଙ୍କୁ ରେଲୱେ ଓ ତଟ ସୁରକ୍ଷା ADGP ଦାୟିତ୍ୱ ଦିଆଯାଇଛି। ଅରୁଣ ବୋଥ୍ରାଙ୍କ ସ୍ଥାନରେ ବିନୟ ତୋଷ ମିଶ୍ରଙ୍କୁ କରାଯାଇଛି କ୍ରାଇମବ୍ରାଞ୍ଚ ଏଡିଜି । ରାଧାକିଷନ୍ ଶର୍ମାଙ୍କୁ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଦିଆଯାଇଛି। କଟକ ସ୍ଥିତ ପୁଲିସ ମୁଖ୍ୟାଳୟର ADGP ଭାବେ ନୂଆ ଦାୟିତ୍ୱ ପାଇଛନ୍ତି ଦୟାଲ୍ ଗଙ୍ଗୱାର। ରାଜେଶ କୁମାରଙ୍କୁ ସ୍ପେଶିଆଲ୍ ଆର୍ମଡ ପୁଲିସ ADGP ଭାବେ ବଦଳି କରାଯାଇଛି ।

ସେହିପରି ବଦଳିଛନ୍ତି କଟକ ଡିସିପି ଆର. ପ୍ରକାଶ। ତାଙ୍କୁ କ୍ରାଇମ ବ୍ରାଞ୍ଚ ଡିଆଇଜି ଭାବେ ବଦଳି କରାଯାଇଛି। ବଦଳିଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ବର୍ତ୍ତମାଦ ତାଙ୍କୁ କଟକ(ଗ୍ରାମାଞ୍ଚଳ) ଏସପି ଭାବେ ବଦଳି କରାଯାଇଛି । ବର୍ତ୍ତମାନ ପିନାକ ମିଶ୍ର ହେଲେ ଭୁବନେଶ୍ୱରର ନୂଆ ଡିସିପି । କଟକ ଡିସିପି ଭାବେ ଜଗମୋହନ ମୀନାଙ୍କୁ ଦାୟିତ୍ୱ ଦିଆଯାଇଛି । କ୍ରାଇମବ୍ରାଞ୍ଚ୍ ଡିଆଇଜି ହେଲେ ଆର. ପ୍ରକାଶ । ଅପରପକ୍ଷରେ ଏସପି ସ୍ତରରେ ମଧ୍ୟ ବ୍ୟାପକ ଅଦଳ ବଦଳ ହୋଇଛି । ମଡକର ସନ୍ଦୀପ ସମ୍ପଦ( ଭଦ୍ରକ ଏସପି), ଅନୁପମା ଜେମ୍ସ, ରାହୁଲ ପିଆର ଓ ଏଲ୍ ଦିବ୍ୟା (ଭିଜିଲାନ୍ସ ଏସପି), ରାହୁଲ ଜୈନ(ଅନୁଗୁଳ ଏସପି), ଶ୍ରବଣ ବିବେକ (ବ୍ରହ୍ମପୁର ଏସପି), ବିନୀତ ଅଗ୍ରୱାଲ(ପୁରୀ ଏସପି), ବରୁଣ ଗୁଣ୍ଟୁପାଲ୍ଲୀ(ମୟୁରଭଞ୍ଜ ଏସପି), ସାଗରିକା ନାଥଙ୍କୁ ଖୋର୍ଦ୍ଧା ଏସପି ଭାବେ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.