fbpx

ଗୋମୂତ୍ର ପିଇଲେ ଗରବାକୁ ମିଳିବ ଲାଇସେନ୍ସ, ଜାଣନ୍ତୁ କେଉଁଠି..

ନୂଆଦିଲ୍ଲୀ: ଗରବା ପେଣ୍ଡାଲକୁ ଆସିବାକୁ ହେଲେ ଗୋମୂତ୍ର ପିଇବା ଜରୁରୀ ଅଟେ । ଏକଥା ଆମେ କହୁନାହୁଁ ବରଂ ଜଣେ ବିଜେପି ନେତା ଏଭଳି ବୟାନ ଦେଇଛନ୍ତି । ବର୍ତ୍ତମାନ ଏହି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜେପି ଇନ୍ଦୋରର ଜିଲ୍ଲା ସଭାପତି ଚିଣ୍ଟୁ ବର୍ମା ଏଭଳି ବୟାନ ଦେଇଛନ୍ତି । ଅଣହିନ୍ଦୁମାନଙ୍କୁ ରୋକିବା ପାଇଁ ଏଭଳି କହିଥିବା ସେ କହିଛନ୍ତି । ଅଣହିନ୍ଦୁମାନେ ଗରବା ପଣ୍ଡାଲକୁ ଆସିବାକୁ ହେଲେ ଗୋ ମୂତ୍ର ପିଇବାକୁ ବାଧ୍ୟ ବୋଲି ସେ କହିଥିଲେ । ତେବେ ଭାଜପା ନେତାଙ୍କର ଏଭଳି ବୟାନକୁ ବିରୋଧ କରିଛି କଂଗ୍ରେସ । ତେବେ ବିରୋଧ ପରେ ବୟାନ ଦଳର ନୁହେଁ ବରଂ ନିଜସ୍ବ ମତ ବୋଲି କହିଛନ୍ତି ।

ଭାଜପା ନେତା ନିଜ ବୟାନରେ କହିଥିଲେ, ଦଶହରାରେ ଗରବା ନାଚ ହୋଇଥାଏ । ଗରବାରେ ଅନେକ ଲୋକ ଅଂଶଗ୍ରହଣ କରିବା ଜରୁରୀ । ଗାଈକୁ ଗୋମାତା ହିସାବରେ ପାଳନ କରାଯାଉଥିବା ବେଳେ ମୂତ୍ର ମଧ୍ୟ ପବିତ୍ର ଏବଂ ଲାଭଦାୟକ । ତେଣୁ ସମସ୍ତଙ୍କୁ ପ୍ରସାଦ ରୂପେ ଗୋମୂତ୍ର ପିଇବା ଜରୁରୀ ଅଟେ । ଏହା କହିବା ପରେ ବର୍ତ୍ତମାନ ଏହାକୁ ନେଇ ଚର୍ଚ୍ଚା ହେଉଛି । କେଉଁ ପରିସ୍ଥିତିରେ ଏଭଳି ବୟାନ ଦେଲେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ପୂର୍ବରୁ ଇନ୍ଦୋରର ଆୟୋଜକମାନେ ଆଧାରକାର୍ଡ ଯାଞ୍ଚ କରି ଗରମା ପେଣ୍ଡାଲକୁ ଆସିବାକୁ ଅନୁମତି ଦେଇଥିଲା । ତେବେ ଏହାକୁ ନେଇ ଚିଣ୍ଟୁ ବର୍ମା କହିଛନ୍ତି, ଗରବାରେ ଯେଉଁଭଳି ଭାବେ କେବଳ ହିନ୍ଦୁମାନେ ଅଂଶଗ୍ରହଣ କରିବେ ସେନେଇ ମୁଁ ମଧ୍ୟ ଏଭଳି ଗୋମୂତ୍ର ପଦକ୍ଷେପ ନେଇଛି ବୋଲି କହିଛନ୍ତି ।

Get real time updates directly on you device, subscribe now.