fbpx

୨ IPS ଅଧିକାରୀଙ୍କ ଟ୍ରାନ୍ସଫର: ମାଲକାନଗିରି ପାଇଲା ନୂଆ ଏସପି, ବିଜ୍ଞପ୍ତି ଜାରି କଲା ଗୃହ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀଙ୍କ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ଦୁଇଜଣ ଆଇପିଏସ ଅଧିକାରୀଙ୍କୁ ବଦଳି କରାଯାଇ ନୂଆ ସ୍ଥାନରେ ନିଯୁକ୍ତି ଦିଆଯାଇଛି । କେସିଙ୍ଗାର ଏସପି ଦାୟିତ୍ୱରେ ଥିବା ଆଇପିଏସ ଅଧିକାରୀ ବିନୋଦ ପାଟିଲ ଏଚ’ଙ୍କୁ ମାଲକାନଗିରିର ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ବାଲିଗୁଡ଼ାର ଏସଡିପିଓ ଦାୟିତ୍ୱରେ ଥିବା ରାହୁଲ ଗୋଏଲଙ୍କୁ ରେଲୱେ କଟକର ଏସପି ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

Home Department

Get real time updates directly on you device, subscribe now.