fbpx

ଆଜିଠୁ ଆରମ୍ଭ ହେବ ‘ବିଶ୍ୱଯୁଦ୍ଧ’, ବାଜିଲା ବିଗୁଲ… ପ୍ରଥମ ଦିନରେ ଏସିଆର ୩ ଦେଶ ହେବେ ମୁହାଁମୁହିଁ

ନୂଆଦିଲ୍ଲୀ: ସବୁ ଅପେକ୍ଷାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଆଜିଠାରୁ ଆରମ୍ଭ ହେଉଛି କ୍ରିକେଟ ମଇଦାନର ‘ବିଶ୍ୱଯୁଦ୍ଧ’ । ଗୋଟିଏ ମଞ୍ଚରେ ଟ୍ରଫି ପାଇଁ ୧୦ଟି ଟିମ୍ ମଧ୍ୟରେ ଆରମ୍ଭ ହେବ ଘମାଘୋଟ ଲଢେଇ । ରାଜନୈତିକ ସମସ୍ୟା ଲାଗି ରହିଥିବାରୁ ବାଂଲାଦେଶରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ବର୍ତ୍ତମାନ ୟୁଏଇରେ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ପ୍ରଥମ ଥର ପାଇଁ ୟୁଏଇ ଏହି ମେଗା ଇଭେଣ୍ଟର ଆୟୋଜନ କରୁଛି । ସେହିପରି ସ୍କଟଲାଣ୍ଡ ମଧ୍ୟ ପ୍ରଥମ ଥର ପାଇଁ ବିଶ୍ୱକପ୍ ଖେଳିବାର ସୁଯୋଗ ପାଇଛି । ଆଜିର ଏହି ଗ୍ରାଣ୍ଡ ଓପନିଙ୍ଗରେ ଏସିଆର ୩ ମହାଶକ୍ତି ମଧ୍ୟ ହେବ କଡ଼ା ଟକ୍କର ।

ୟୁଏଇର ମଇଦାନରେ ଆଜି ଆରମ୍ଭ ହେବ ବିଶ୍ୱକପ-୨୦୨୪ର ମହାସମର । ପ୍ରଥମ ଦିନର ପ୍ରଥମ ମ୍ୟାଚରେ ଆୟୋଜକ ବାଂଲାଦେଶ ଏବଂ ସ୍କଟଲାଣ୍ଡ ମଧ୍ୟରେ ହେବ ମହାଲଢେଇ । ପୂର୍ବ ଆଇସିସି ଇଭେଣ୍ଟରେ ଥିବା ଖରାପ ପ୍ରଦର୍ଶନକୁ ଭୁଲି ଏକ ନୂଆ ଆରମ୍ଭ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ବାଂଲାଦେଶ ଟିମ୍ । ଅନ୍ୟ ପକ୍ଷରେ ପ୍ରଥମ ଥର ବିଶ୍ୱକପ୍ ଖେଳୁଥିବା ସ୍କଟଲାଣ୍ଡ ବାଂଲାଦେଶକୁ ଭେଟିବାକୁ ଯାଉଛି । ସେହିପରି ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମୁହାଁମୁହିଁ ହେବାକୁ ଯାଉଛନ୍ତି । ଶାରଜାହ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଏଠାରେ ଅନେକ ଟି-୨୦ ମ୍ୟାଚ୍ ଆୟୋଜନ ହୋଇଥିବା ବେଳେ ୨୦୧୭ ପରେ ଆଜି ପ୍ରଥମ ଥର ମହିଳା ଟି-୨୦ ମ୍ୟାଚ୍ ଖେଳାଯିବ । ମହିଳା ଟି-୨୦ ବିଶ୍ୱକପର ସମସ୍ତ ମ୍ୟାଚ୍ ଷ୍ଟାର ସ୍ପୋର୍ଟସରେ ଦେଖିପାରିବେ ଦର୍ଶକ । ଡିଜିଟାଲ ଫର୍ମାଟରେ ଦେଖିବା ପାଇଁ ଡିସନୀ ପ୍ଲସ୍ ହଟଷ୍ଟାରରେ ସମସ୍ତ ମ୍ୟାଚକୁ ଲାଇଭ ଦେଖିପାରିବେ ।

Get real time updates directly on you device, subscribe now.