fbpx

ଦୀର୍ଘ ଦଶନ୍ଧି ପରେ ବାଂଲାଦେଶର ବିଜୟ: ଟି-୨୦ ବିଶ୍ୱକପରେ ସ୍କଟଲାଣ୍ଡକୁ ପରାସ୍ତ କଲା ବାଂଲାଦେଶ

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ମହିଳା ଟି-୨୦ ବିଶ୍ୱକପ ମହାସମର । ପ୍ରଥମ ମ୍ୟାଚରେ ଆୟୋଜକ ଦଳ ବାଂଲାଦେଶ ଏବଂ ନବାଗତ ଦଳ ସ୍କଟଲାଣ୍ଡ ବିପକ୍ଷରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ତେବେ ଏହି ମ୍ୟାଚରେ ସ୍କଟଲାଣ୍ଡକୁ ପରାସ୍ତ କରି ବାଂଲାଦେଶ ଏକ ଐତିହାସିକ ବିଜୟ ହାସଲ କରିଛି । ଏହି ବିଜୟ ସହ ଦୀର୍ଘ ଦଶନ୍ଧିରୁ ଚାଲୁଥିବା ପରାଜୟର ସିଲସିଲାରେ ପୂର୍ଣ୍ଣଚ୍ଛେଦ ପକାଇଛି ବାଂଲାଦେଶ ସେନା । ୧୦ ବର୍ଷ ପରେ ବାଂଲାଦେଶ ଟି-୨୦ ବିଶ୍ୱକପରେ କୌଣସି ମ୍ୟାଚ୍ ବିଜୟୀ ହୋଇଛି ।

ୟୁଏଇର ଶାରଜାହ କ୍ରିକେଟ ଷ୍ଟାଡିୟମରେ ବାଂଲାଦେଶ ଏବଂ ସ୍କଟଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ ଖେଳାଯାଇଛି । ଏହି ମ୍ୟାଚରେ ବାଂଲାଦେଶ ସ୍କଟଲାଣ୍ଡକୁ ୧୬ ରନରେ ପରାସ୍ତ କରି ସିଡ଼ିର ପ୍ରଥମ ପାହାଚ ଅତିକ୍ରମ କରିଛି । ତେବେ ଏହି ବିଜୟ ବାଂଲାଦେଶ ପାଇଁ ଏକ ଇତିହାସ ବୋଲି କୁହାଯାଉଛି । କାରଣ ଦୀର୍ଘ ୧୦ ବର୍ଷର ଅପେକ୍ଷା ପରେ ବାଂଲାଦେଶ ଟି-୨୦ ବିଶ୍ୱକପର ଏକ ମ୍ୟାଚରେ ବିଜୟୀ ହେବାର ସୁଯୋଗ ପାଇଛି । ତେଣୁ ମ୍ୟାଚ୍ ବିଜୟ ପରେ ବାଂଲାଦେଶୀ ଟିମ ଭାବପ୍ରବଣ ହୋଇଯାଇଛନ୍ତି । କାରଣ ପୂର୍ବରୁ ୨୦୨୩, ୨୦୨୦, ୨୦୧୮ ଏବଂ ୨୦୧୬ ମସିହାର ଟି-୨୦ ବିଶ୍ୱକପରେ କୌଣସି ମ୍ୟାଚ୍ ଗିତିବାରେ ସଫଳ ହୋଇନଥିଲା ବାଂଲାଦେଶ । ୨୦୧୪ ବିଶ୍ୱକପରେ ଦଳ ଶେଷ ଥର ଶୀଲଙ୍କା ବିପକ୍ଷରେ ଏକ ମ୍ୟାଚ୍ ବିଜୟୀ ହୋଇଥିଲା ।

ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ବାଂଲାଦେଶ ଅଧିନାୟକ ନିଗାର ସୁଲତାନା । ସୋଭନା ମୋସତ୍ରୀଙ୍କ ୩୬ ଏବଂ ଶାଥୀ ରାନୀଙ୍କ ୨୯ ରନ୍ ଇନିଂସ ସହ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୧୯ ରନ୍ କରିଥିଲା ବାଂଲାଦେଶ । ତେବେ ୧୨୦ ରନର ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ସ୍କଟଲାଣ୍ଡ । କିନ୍ତୁ ବାଂଲାଦେଶର ବୋଲିଂ ଆଗରେ ମାତ୍ର ୧୦୩ ରନ୍ କରି ଦଳ ବିଜୟ ହାସଲ କରିବାରେ ଫେଲ ମାରିଛି । ଦଳ ପକ୍ଷରୁ ଓପନର ସାରା ବ୍ରୀସ ୪୯ ରନ୍ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ବଡ଼ ସ୍କୋର କରିବାରେ ସଫଳ ହୋଇନାହାନ୍ତି ।

Get real time updates directly on you device, subscribe now.