fbpx

ସମ୍ବଲପୁର ଜେଲରେ ରେଡ୍‌, ବିପୁଳ ପରିମାଣର ଗୁଟଖା, ଖଇନି ଜବତ

ସମ୍ବଲପୁର: ସମ୍ବଲପୁର ମଣ୍ଡଳ କାରାଗାରରେ ହଠାତ ରେଡ୍ କରାଯାଇଥିବା ଖବର ସାମ୍ନାକୁ ଆସିଛି । ଆଜି ଭୋର ପ୍ରାୟ ୪ଟାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରେଡ୍ କରାଯାଇଥିବା ଜଣାପଡ଼ିଛି । ଏହି ରେଡରେ ପୋଲିସ ଫୋର୍ସ ସହ ସମ୍ବଲପୁର ଅତିରିକ୍ତ ଏସପି, ସଦର SDPO ସାମିଲ ଥିଲେ । ଚଢ଼ାଉ ସମୟରେ ବିପୁଳ ପରିମାଣର ଗୁଟଖା, ଖଇନି, ଭାଙ୍ଗ ସହ ଲାଇଟର ଜବତ କରାଯାଇଥିଲା ।

ସେହିପରି ବରଗଡ଼ ଜିଲ୍ଲା ମୁଖ୍ୟ କାରାଗରରେ ବି ଅତର୍କିତ ଚଢ଼ାଉ କରିଥିଲେ ପୋଲିସ । ତେବେ କେମିତି ଓ କେଉଁ ପରିସ୍ଥିତିରେ ଜେଲ ମଧ୍ୟକୁ ଏସବୁ ମାଦକ ଦ୍ରବ୍ୟ ପ୍ରବେଶ କରାଯାଉଛି ସେନେଇ ଯାଞ୍ଚ୍ ଜାରି ରହିଛି ।

Get real time updates directly on you device, subscribe now.