fbpx

IND vs BAN; ହାର୍ଦ୍ଦିକଙ୍କ ବୋଲିଂରେ ନାଖୁସ୍ ମୋର୍କେଲ: Playing-11ରେ ମିଳିବ ତ ସୁଯୋଗ?

ନୂଆଦିଲ୍ଲୀ: ବାଂଲାଦେଶକୁ ଟେଷ୍ଟ ସିରିଜରେ ଚକମା ଦେଇସାରିଛି ଟିମ ଇଣ୍ଡିଆ । ବର୍ତ୍ତମାନ ଟି-୨୦ ସିରିଜ ପରେ ରହିଛି ଗମ୍ଭୀରଙ୍କ ନଜର । ତେବେ ଜୁନିୟର ଟିମ ଇଣ୍ଡିଆକୁ ନେଇ ଗମ୍ଭୀର ଏବଂ ମୋର୍କେଲ ବାଂଲାଦେଶ ସେନା ସହ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି । ଟି-୨୦ ସିରିଜରେ ଦଳକୁ କମବ୍ୟାକ କରୁଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । କିନ୍ତୁ ଅଭ୍ୟାସ ବେଳେ ତାଙ୍କ ବୋଲିଂକୁ ନେଇ ନାଖୁସ୍ ରହିଛନ୍ତି ବୋଲିଂ କୋଚ୍ ମୋର୍ଣ୍ଣ ମୋର୍କେଲ । ତେଣୁ ଉଭୟଙ୍କ ମଧ୍ୟରେ ଏ ନେଇ ଏକ ଗମ୍ଭୀର ଆଲୋଚନା ହେଉଥିବାର ଦେଖାଯାଇଛି ।

ଆସନ୍ତା ୬ ତାରିଖରୁ ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଟିମ ଇଣ୍ଡିଆ । ଏହାପୂର୍ବରୁ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ସମସ୍ତ ଭାରତୀୟ ଟିମ୍ ଅଭ୍ୟାସ ଜାରି ରଖିଛି । ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ଅଭ୍ୟାସ କରୁଥିବା ବେଳେ ତାଙ୍କ କୌଶଳକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ବୋଲିଂ କୋଚ୍ ମୋର୍ଣ୍ଣ ମୋର୍କେଲ । ହାର୍ଦ୍ଦିକ ଷ୍ଟମ୍ପର ଖୁବ ପାଖରୁ ବୋଲିଂ କରୁଥିବାର ଦେଖିଥିଲେ ବୋଲିଂ କୋଚ୍ । ଯାହାକୁ ନେଇ ସେ ଅଦନ୍ତୋଷ ବ୍ୟକ୍ତି କରିବା ସହ ଏଥିରେ ସୁଧାର ଆଣିବା ପାଇଁ ହାର୍ଦ୍ଦିକଙ୍କ ସହ ମୋର୍କେଲ କିଛି ଆଲୋଚନା କରିଛନ୍ତି ।

ରିପୋର୍ଟ ଅନୁସାରେ, ଗ୍ୱାଲିୟରର ନେଟ୍ ସେସନ୍ ସମୟରେ ମୋର୍କେଲ ହାର୍ଦ୍ଦିକଙ୍କ ରନ୍-ଅପ୍ ଉପରେ ଫୋକସ୍ କରିଥିଲେ । ବୋଲିଂ ଆକ୍ସନ ସମୟରେ ହାର୍ଦ୍ଦିକଙ୍କ ଆକ୍ସନର ଅଭ୍ୟାସ କରିବା ସମୟରେ ମୋର୍କେଲ ତାଙ୍କୁ ତୀକ୍ଷ୍ଣ ନଜରରେ ଦେଖୁଥିଲେ । ଷ୍ଟମ୍ପର ଖୁବ ନିକଟରୁ ବୋଲିଂ କରୁଥିବା ଦେଖି ହାର୍ଦ୍ଦିକଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାସହିତ ହାର୍ଦ୍ଦିକଙ୍କ ରିଳିଜ ପଏଣ୍ଟ ଉପରେ ମଧ୍ୟ କାମ କରୁଛନ୍ତି ମୋର୍କେଲ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ପେସ୍ ବିଭାଗରେ ଅର୍ଶଦୀପ ସିଂହ, ହର୍ଷିତ ରାଣା ଏବଂ ମୟଙ୍କ ଯାଦବଙ୍କ ହାତରେ ରହିବ ।

Get real time updates directly on you device, subscribe now.