fbpx

OCA ଘୋଷଣା କଲା ୧୭ ଜଣିଆ ଓଡ଼ିଶା ରଣଜୀ ଟିମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ତରଫରୁ ୧୭ ଜଣିଆ ରଣଜୀ ଟିମ୍ ଘୋଷଣା କରାଯାଇଛି । ଗୋବିନ୍ଦ ପୋଦ୍ଦାରଙ୍କ ନେତୃତ୍ୱରେ ଏହି ଟିମ୍ ରଣଜୀ ଟ୍ରଫି ଖେଳିବ । ପ୍ରଥମ ଦୁଇଟି ମ୍ୟାଚ ପାଇଁ ଚୟନ କମିଟି ତରଫରୁ ଏହି ଦଳ ଘୋଷଣା କରାଯାଇଛି । ଅନିଲ ପରିଡ଼ା ଓ ସୁମିତ ଶର୍ମା ଦଳରେ ଦୁଇ ନୂଆ ମୁହଁ ସ୍ଥାନ ପାଇଛନ୍ତି । ଅକ୍ଟୋବର ୧୧ ତାରିଖରେ ତ୍ରିପୁରା ବିପକ୍ଷରେ ଓଡ଼ିଶାର ତା’ର ପ୍ରଥମ ମ୍ୟାଚ ଖେଳିବ । ସେହିପରି ୧୮ ତାରିଖରୁ ଜମ୍ମୁ କଶ୍ମୀରରେ ଓଡ଼ିଶାର ତା’ ଦ୍ୱିତୀୟ ମ୍ୟାଚ ଖେଳିବ ।

Get real time updates directly on you device, subscribe now.