fbpx

କଏଦୀଙ୍କ ଦୁର୍ଗାପୂଜା ଭୋଜି; ମିଳିବ ମଟନ୍ ବିରିୟାନି, ଚିକେନ୍ କଷା, ଚିଙ୍ଗୁଡ଼ି, ପଲଉ…

କୋଲକାତା: ଦୁର୍ଗାପୂଜା ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ସାରା ଦେଶରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଚାଲିଛି । ପଶ୍ଚିମବଙ୍ଗରେ ଏହି ପର୍ବକୁ ନେଇ ଭିନ୍ନ ଧୁମ୍ ଧାମ ଦେଖିବାକୁ ମିଳୁଛି। ଏହି ସମୟରେ ବଙ୍ଗଳାରେ ମା’ ଦୁର୍ଗାଙ୍କ ଭବ୍ୟ ମଣ୍ଡପ ସଜାଯାଇଥାଏ ଏବଂ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଏ । ସେପଟେ ପଶ୍ଚିମବଙ୍ଗ ଜେଲରେ କଏଦୀମାନଙ୍କୁ ମଧ୍ୟ ଏହି ପର୍ବରେ ସ୍ୱାଦିଷ୍ଟ ଖାଦ୍ୟ ମିଳିବ ।

ପର୍ବ ସମୟରେ ଅନ୍ତେବାସୀମାନେ ଖାଦ୍ୟର ମେନୁରେ ପରିବର୍ତ୍ତନ ଆଣିବାକୁ ନିବେଦନ କରିଛନ୍ତି। ଏଭଳି ସ୍ଥିତିରେ ଷଷ୍ଠୀରୁ ଦଶମୀ (ଦୁର୍ଗାପୂଜା ଆରମ୍ଭ ଓ ଶେଷ) ପର୍ଯ୍ୟନ୍ତ ଜେଲ୍ କର୍ତ୍ତୃପକ୍ଷ ଏହି କଏଦୀଙ୍କ ପାଇଁ କିଛି ଅଲଗା କରିଥାନ୍ତି। ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗରେ କଏଦୀଙ୍କ ପାଇଁ ସ୍ୱତନ୍ତ୍ର ମେନୁ ପ୍ରସ୍ତୁତ କରାଯାଇଛି। ଏଥିରେ ପୋଇ ଛେଚଡ଼ା, ମାଛ ମୁଣ୍ଡ ସହ ମୁଗ ଡାଲି, ଚଣା ଡାଲି ସହ ଲୁଚି, ପୁରୀ, ପାୟସ, ଚିକେନ୍ ତରକାରୀ, ଆଲୁ ପୋଟୋଳ ଚିଙ୍ଗୁଡ଼ି, ରାଇତା ସହିତ ମଟନ ବିରିୟାନି, ବାସନ୍ତୀ ପଲଉ।

ବାରାକପୁର ସବ୍-ସୁଧାର ଗୃହର ଜଣେ ବରିଷ୍ଠ ଜେଲ୍ ଅଧିକାରୀ କହିଛନ୍ତି, ଜେଲ୍ ହେଉଛି ଏକ ସଂଶୋଧନ ଗୃହ। ପର୍ବପର୍ବାଣୀ ପୂର୍ବରୁ ଅନ୍ତେବାସୀମାନେ ଖାଇବାକୁ ଚିଠି ଲେଖନ୍ତି। ଆମେ ଚଳିତ ବର୍ଷ ମେନୁ ସହିତ ଉନ୍ନତି ପ୍ରକ୍ରିୟା ଉପରେ ମଧ୍ୟ ଧ୍ୟାନ ଦେଉଛୁ। ଆମର ପ୍ରୟାସ ହେଉଛି ଏହି କଏଦୀଙ୍କ ମୁହଁରେ ହସ ଆଣିବା। ବର୍ଦ୍ଧମାନ କେନ୍ଦ୍ରୀୟ ସଂଶୋଧନ ଗୃହର ଜଣେ ବରିଷ୍ଠ ଜେଲ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ “ଜେଲ କ୍ୟାଣ୍ଟିନରେ ରୋଷେୟା ଏବଂ ସହାୟକ ଭାବରେ କାର୍ଯ୍ୟ କରୁଥିବା କଏଦୀମାନେ ପାଞ୍ଚ ଦିନିଆ ଉତ୍ସବ ପାଇଁ ଏସବୁ ପ୍ରସ୍ତୁତ କରିବେ।

Get real time updates directly on you device, subscribe now.