fbpx

ନବରାତ୍ରୀରେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ ଭୁଲ: ରାଗିଯିବେ ମା’ ଦୁର୍ଗା, ପରିବାରରେ ଆସିପାରେ ଝଡ଼

ଓଡ଼ିଆ ଭାସ୍କର: ହିନ୍ଦୁ ଧର୍ମରେ ନବରାତ୍ରୀର ଉତ୍ସବ ବହୁତ ମହତ୍ତ୍ୱ ରଖିଥାଏ । ଏହି ନବରାତ୍ର ୯ ଦିନ ପାଳନ କରାଯାଏ । ଏହି ପୂଜା ସମ୍ପୂର୍ଣ୍ଣ ଭାବରେ ମା’ ଦୁର୍ଗାଙ୍କୁ ସମର୍ପଣ କରାଯାଇଥାଏ । ଦଶଭୂଜା ଦେବୀ ମା ଦୂର୍ଗାଙ୍କ ନବରାତ୍ରି ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଛି । ଏହି ପର୍ବକୁ ସମଗ୍ର ଦେଶବାସୀ ଖୁବ ଧୁମଧାମରେ ପାଳନ କରିଥାନ୍ତି । ଏହି ଦିନମାନଙ୍କରେ ମା ଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଏ । ତେବେ ଶାସ୍ତ୍ର ଅନୁସାରେ ଏହି ଦିନମାନଙ୍କରେ ଯେଉଁମାନେ ଶ୍ରଦ୍ଧା ଏବଂ ଭକ୍ତିର ସହିତ ମାଙ୍କ ପୂଜା ଅର୍ଚ୍ଚନା କରିବେ ସେମାନଙ୍କୁ ମାଙ୍କ ଆର୍ଶିବାଦ ପ୍ରାପ୍ତି ହେବ । ନବରାତ୍ରୀ ସମୟରେ ମା’ଙ୍କୁ ବିଧି ବିଧାନ ସହ ପୂଜାର୍ଚ୍ଚନା କରାଯାଏ । ମା’ଙ୍କ କୃପାରୁ ଜୀବନରୁ ସମସ୍ତ ଦୁଃଖ-କଷ୍ଟ ଦୂରେଇ ଯାଇଥାଏ ଓ ସୁଖ ପ୍ରାପ୍ତ ହୋଇଥାଏ । ସମସ୍ତେ ଚାହାଁନ୍ତି କି ମା’ ତାଙ୍କ ଉପରେ ବିଶେଷ କୃପା ସବୁବେେଳେ ରଖିଥାନ୍ତି । ଯେଉଁ ବ୍ୟକ୍ତି ଉପରେ ମା’ଙ୍କ କୃପା ଥାଏ, ତାର ଜୀବନ ସୁଖମୟ ହୋଇଯାଏ । କିନ୍ତୁ କିଛି ଅଭ୍ୟାସ ଯୋଗୁଁ ମା’ ରାଗିଯାଇ ପାରନ୍ତି । ଏହି ଅଭ୍ୟାସ ଯୋଗୁଁ ବ୍ୟକ୍ତିକୁ ସାରା ଜୀବନ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ତେବେ ଆସନ୍ତୁ ଜାଣିବା କେଉଁ ଅଭ୍ୟାସ ଯୋଗୁଁ ମା’ ରାଗିଯାଆନ୍ତି…

ସଫା ନ ରଖୁଥିଲେ :-

ଧାର୍ମିକ ମାନ୍ୟତା ହିସାବରେ, ମା’ ସେହି ଘରେ ରୁହନ୍ତି, ଯେଉଁଠାରେ ସଫା ସୁତୁରା ଉପରେ ବିଶେଷ ଧ୍ୟାନ ଦିନଆଯାଇଥାଏ । ଯେଉଁ ଲୋକମାନେ ମଇଳା କରନ୍ତି, ମା’ ଲକ୍ଷ୍ମୀ ତାଙ୍କ ଉପରେ କୃପା କରନ୍ତି ନାହିଁ । ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ସଫା-ସୁତୁରା ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ ।

ଅନ୍ୟର ଅପମାନ କରୁଥିଲେ :-

ଯେଉଁ ବ୍ୟକ୍ତି ଅନ୍ୟ ଲୋକଙ୍କର ଅପମାନ କରନ୍ତି, ସେମାନଙ୍କ ଉପରେ ମା’ ରାଗିଯାଆନ୍ତି । ମା’ ସେହି ଲୋକମାନଙ୍କ ଉପରେ ପ୍ରସନ୍ନ ରୁହନ୍ତି, ଯେଉଁମାନେ ସମସ୍ତ ଲୋକଙ୍କର ମାନ-ସମ୍ମାନ କରନ୍ତି । ଯେଉଁ ଲୋକମାନେ ଅନ୍ୟର ସମ୍ମାନ କରନ୍ତି, ସେମାନଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିନଥାଏ ।

ସାମର୍ଥ୍ୟ ଥିଲେ ବି ସାହାର୍ଯ୍ୟ ନକରିବା:-

ଧାର୍ମିକ ମାନ୍ୟତା ହିସାବରେ, ବ୍ୟକ୍ତିଙ୍କୁ ନିଜର କ୍ଷମତା ଅନୁସାରେ ଦାନ କରିବା ଉଚିତ୍ । ଦାନର ଅନେକ ଗୁଣା ଫଳ ଲାଭ ହୋଇଥାଏ । କୁହାଯାଏ କି, ଯେଉଁ ଲୋକମାନେ ସାମର୍ଥ୍ୟ ଥାଇ ମଧ୍ୟ ସାହାର୍ଯ୍ୟ ନକରନ୍ତି, ସେମାନଙ୍କ ଉପରେ ମା’ ଲକ୍ଷ୍ମୀ ରାଗିଯାଆନ୍ତି । ମା’ଙ୍କ କୃପା ପାଇବା ପାଇଁ ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରିବା ଉଚିତ୍ ।

ରାଗୁଥିବା ଲୋକ:-

କ୍ରୋଧ ବା ରାଗୁଥିବା ଲୋକଙ୍କ ଉପରେ ମା’ ରାଗନ୍ତି । ମା’ ଙ୍କ କୃପା ପାଇବା ପାଇଁ କ୍ରୋଧକୁ ତ୍ୟାଗ କରନ୍ତୁ । ଶାନ୍ତି ଥିବା ଘରେ ମା’ ଲକ୍ଷ୍ମୀ ରହିଥାନ୍ତି ।

Get real time updates directly on you device, subscribe now.