fbpx

ହବିଷ୍ୟାଳୀ ଯୋଜନା ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ ଅନ୍‍ଲାଇନ୍‍ ମାଧ୍ୟମରେ କିପରି କରିବେ ଆବେଦନ ?

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ହବିଷ୍ୟାଳିମାନଙ୍କ ପାଇଁ ଆଜିଠାରୁ ଅନ୍‍ଲାଇନ୍‍ ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହେବ । ଏହି ପ୍ରକ୍ରିୟା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତବର୍ଷ ହବିଷ୍ୟାଳି ଯୋଜନାରେ ୨ ହଜାର ୫୦୦ ଜଣଙ୍କୁ ପଞ୍ଜୀକରଣ କରାଯିବ । ଏହି ଯୋଜନାରେ ନାମ ପଞ୍ଜୀକରଣ କରିବାକୁଥିବା ହବିଷ୍ୟାଳିମାନେ edistrict.odisha.gov.in ୱେବ୍‍ସାଇଟ୍‍ ମାଧ୍ୟମରେ ପଞ୍ଜୀକରଣ କରିପାରିବେ ।

ତେବେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ହବିଷ୍ୟାଳୀ ଯୋଜନାକୁ ଅନୁମତି ମିଳିଛି । ଆସନ୍ତା ମାସ ୧୮ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବାକୁ ଥିବାବେଳେ ଆସନ୍ତା ସପ୍ତାହରୁ ହବିଷ୍ୟାଳୀ ଯୋଜନା ପାଇଁ ଅନଲାଇନ୍‍ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ । ଅନ୍ୟପକ୍ଷରେ ଭକ୍ତମାନଙ୍କଠାରୁ ସଂଗୃହୀତ ହୋଇଥିବା ଅର୍ପଣ ଚାଉଳକୁ ଟେଣ୍ଡର ମାଧ୍ୟମରେ ନିଲାମ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଛି ।

ତେବେ ହବିଷ୍ୟାଳୀମାନଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଯୋଜନା । ମୁଖ୍ୟତଃ ହବିଷ୍ୟାଳୀ ମାନଙ୍କ ରହଣି, ଶ୍ରୀଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଶ୍ରବଣ ସାଙ୍ଗକୁ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଏ । ଯେଉଁମାନେ ଏହି ଯୋଜନାରେ ଆସିବେ ସେମାନଙ୍କୁ ପ୍ରଥମେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ ।

ତେବେ ହବିଷ୍ୟାଳୀ ବ୍ରତ ପାଳନ ପାଇଁ ଆଗ୍ରହୀମାନେ ଅନ୍‌‌ଲାଇନ ଲିଙ୍କ୍‌‌ https://edistrict.odisha.gov.in ମାଧ୍ୟମରେ ନିଜର ନାମ ପଞ୍ଜୀକରଣ କରିପାରିବେ। ନଚେତ୍‌‌ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ। ଗତବର୍ଷ ପ୍ରାୟ ୩,୦୦୦ରୁ ଅଧିକ ହବିଷ୍ୟାଳୀ ମାନଙ୍କ ପାଇଁ ରହଣୀ ବ୍ୟବସ୍ଥା କରାଯାଇଥିଲା ।

Get real time updates directly on you device, subscribe now.