fbpx

Google ଲଞ୍ଚ କଲା ‘Theft Detection’ ଫିଚର: ଫୋନ୍ ଚୋରି ହେବା ପରେ ଅଟୋମେଟିକ୍ ଲକ୍ ହୋଇଯିବ, ଜେଲ୍ ଯିବ ଚୋର!

ନୂଆଦିଲ୍ଲୀ: ସର୍ଚ୍ଚ ଇଞ୍ଜିନ ଜିଆଣ୍ଟ ଗୁଗଲ ଆଣିଛି ଏକ ଶାନଦାର ଫିଚର ଆଣିଛି । ଏହି ଫିଚର ଦ୍ୱାରା ଲୋକଙ୍କର ଫୋନ୍ ସୁରକ୍ଷିତ ରହିବ । ଫୋନ ଚୋରି ହେବା ପରେ ତାହା ଅଟୋମେଟିକ୍ ଲକ୍ ହୋଇଯିବ ଓ ଚୋରକୁ ଜେଲ୍ ପଠାଇବା ନେଇ ଏହି ଫିଚର କାମ କରିବ । ସାଧାରଣ ଭାବେ ଗୁଗଲକୁ ଆପଣ ମୁକାବିଲାରେ କମ୍ ସିକ୍ୟୋର ବୋଲି ଗ୍ରହଣ କରାଯାଉଥିବା ବେଳେ ସ୍ମାର୍ଟଫୋନକୁ ସିକ୍ୟୋର କରିବା ପାଇଁ ଗୁଗଲ ନୂଆ ନୂଆ ଫିଚର ସାମ୍ନାକୁ ଆଣୁଛି । ଏହା ମଧ୍ୟରେ ‘ଗୁଗଲ ଥେଫ୍ଟ ଡିଟେକ୍ସନ’ ଫିଚର ଲଞ୍ଚ କରାଯାଇଛି ।

ଗୁଗଲ ପକ୍ଷରୁ ଅଣାଯାଇଥିବା ଏହି ନୂଆ ଫିଚର ଆଗାମୀ ଦିନରେ ଚୋରଙ୍କୁ ଜେଲ ପହଞ୍ଚାଇବାରେ ସହାୟକ ହେବ । ଫୋନ୍ ଚୋରିରୁ ଲୋକଙ୍କୁ ବଞ୍ଚାଇବା ଲକ୍ଷ୍ୟ ନେଇ ଏହି ଫିଚରକୁ ଡିଜାଇନ କରାଯାଇଛି । ଏହି ଫିଚରକୁ ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ରୋଲଆଉଟ୍ କରାଯାଉଛି । ରିପୋର୍ଟ ମୁତାବକ, ଚୋରି ଫୋନକୁ ଠାବ କରିବା ପାଇଁ ଗୁଗଲର ଏହି ଫିଚର କାମ କରିବ । ଏଥିରେ ସ୍ମାର୍ଟଫୋନ ଚୋରି ଲକ, ଅଫଲାଇନ ଡିଭାଇସ ଲକ ଓ ରିମୋଟ ଲକ ପରି ଫିଚର ସାମିଲ ରହିଛି । ଏଏଥିସହିତ ସ୍ମାର୍ଟଫୋନ ଚୋରି ହୋଇଯିବା ପରେ ତାକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ଡିଜାଇନ୍ କରାଯାଇଛି ।

Get real time updates directly on you device, subscribe now.