fbpx

ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା, ଆଘାତ ଯୋଗୁଁ ଟିମରୁ ବାଦ ପଡ଼ିଲେ କ୍ୟାପଟେନ୍ ବାଭୁମା, ଏହି ଖେଳାଳିଙ୍କୁ ମିଳିଲା ଏଣ୍ଟ୍ରି

ନୂଆଦିଲ୍ଲୀ: ଆୟରଲ୍ୟାଣ୍ଡ ବିପକ୍ଷରେ ୩ୟ ତଥା ଶେଷ ଦିନିକିଆ ମ୍ୟାଚ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମକୁ ଲାଗିଛି ବଡ଼ ଝଟକା । ଆଘାତ କାରଣରୁ କ୍ୟାପଟେନ୍ ତେମ୍ବା ବାଭୁମା ଦଳରୁ ବାଦ ପଡ଼ିଛନ୍ତି । ଆୟରଲ୍ୟାଣ୍ଡ ବିପକ୍ଷରେ ୨ୟ ଦିନିକିଆ ଖେଳୁଥିବା ସମୟରେ ତାଙ୍କୁ ଏହି ଆଘାତ ଲାଗିଥିଲା । ତେବେ ତାଙ୍କ ସ୍ଥାନରେ ରୀଜା ହେଣ୍ଡ୍ରିକ୍ସଙ୍କୁ ଟିମରେ ଏଣ୍ଟ୍ରି ମିଳିଛି । ଏନେଇ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ତରଫରୁ ଘୋଷଣା କରାଯାଇଛି ।

ସୋମବାର ଆୟରଲ୍ୟାଣ୍ଡ ବିପକ୍ଷରେ ସିରିଜର ଅନ୍ତିମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟିମର କ୍ୟାପଟେନ୍ ଦାୟିତ୍ୱ ତୁଲାଇବେ ୱେନ୍ ଡେର୍ ଡୁସେନ୍‌(Van Der Dussen) । କହିରଖୁଛୁ ଏହି ସିରିଜରେ ଦକ୍ଷିଣ ଆଫ୍ରିକା ୨-୦ରେ ଆଗୁଆ ରହିଛି । ଆୟରଲ୍ୟାଣ୍ଡ ବିପକ୍ଷରେ ୨ୟ ଦିନିକିଆରେ କ୍ୟାପଟେନ୍ ବାଭୁମା ବ୍ୟାଟିଂ କରୁଥିବା ସମୟରେ ଆଘାତପ୍ରାପ୍ତ ହୋଇଥିଲେ । ରନ୍ ଆଉଟରୁ ବର୍ତ୍ତିବା ପାଇଁ ସେ ଲଙ୍ଗ୍ ଡାଇଭ୍ କରିଥିଲେ । ଏହି ସମୟରେ ତାଙ୍କ କହୁଣୀରେ ଆଘାତ ଲାଗିଥିଲା । ଏଥିପାଇଁ ସେ ମ୍ୟାଚରେ ଫିଲ୍ଡିଂରୁ ମଧ୍ୟ ବାଦ୍ ପଡ଼ିଥିଲେ ।

 

Get real time updates directly on you device, subscribe now.