fbpx

ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ରାଜ୍ୟରେ ଯୁକ୍ତଦୁଇ ପରୀକ୍ଷାକୁ ନେଇ ନୂଆ ଅପଡେଟ୍ ଆସିଛି । ଦୁଇଦୁଇ ପରୀକ୍ଷା ତାରିଖ ଘୋଷଣା କରିଛି ସିଏଚଏସଇ । ଫେବୃଆରୀ ମାସ ୧୫ ତାରିଖରୁ ମୁଖ୍ୟ ପରୀକ୍ଷା ଓ ଡିସେମ୍ବର ୨୬ରୁ ଯୁକ୍ତଦୁଇ ଇଣ୍ଟରନାଲ ପରୀକ୍ଷା ଆରମ୍ଭ ହେବ । ଏଥର ଯୁକ୍ତଦୁଇ ପରୀକ୍ଷା ଦୁଇ ଭାଗରେ ବିଭକ୍ତ ହୋଇଛି । ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ଏ ବାବଦରେ ସୂଚନା ଦେଇଛନ୍ତି ।

ସିଏଚଏସଇ ମୁତାବକ, ଡିସେମ୍ବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଇଣ୍ଟରନାଲ ପରୀକ୍ଷା ଚାଲିବ । ଏହାପରେ ଜାନୁଆରୀ ୨ରୁ ୧୨ ତାରିଖ ପର୍ଯ୍ୟନ୍ତ ପିଲାମାନେ ପ୍ରାକ୍ଟିକାଲ ପରୀକ୍ଷା ଦେବେ । ଏହାପରେ ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ପିଲାମାନେ ଯୁକ୍ତଦୁଇ ମୁଖ୍ୟ ପରୀକ୍ଷା ଦେବେ । ପରୀକ୍ଷା ଶେଷ ହେବାର ୪୫ ଦିନ ଭିତରେ ସମସ୍ତ ବିଭାଗର ରେଜଲ୍ଟ ପ୍ରକାଶ ପାଇବ । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ପିଲାଙ୍କର ଫର୍ମ ପୂରଣ ପ୍ରକ୍ରିୟା ଚାଲିଥିବା ବେଳେ ୭୫ ପ୍ରତିଶତ ଉପସ୍ଥାନ ନଥିଲେ ଆଡମିଟ୍ କାର୍ଡ ମିଳିବନି ବୋଲି କୁହାଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ଫର୍ମ ପିଲଅପ୍ କରିନଥିବେ ସେମାନେ ଫାଇନ୍ ଡେଟରେ ଆବେଦନ କରିପାରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.