fbpx

କ୍ଷୁଧା ଯୋଗୁଁ ଆମ ଭାବନା ଓ ମସ୍ତିଷ୍କ ଉପରେ ପଡେ ନକାରାତ୍ମକ ପ୍ରଭାବ: ରିସର୍ଚ୍ଚରୁ ଖୁଲାସା

କ୍ଷୁଧା ଆମ ମସ୍ତିଷ୍କ ଉପରେ ବିଭିନ୍ନ ପ୍ରକାର ପ୍ରଭାବ ପକାଇଥାଏ । କ୍ଷୁଧା ଯୋଗୁ ଆମ ଭାବନା ଓ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି । କ୍ଷୁଧାକୁ ନକାରାତ୍ମକ ଭାବନା ଓ ଖରାପ ମୁଡର ଏକ ଅନ୍ୟତମ ବଡ଼ କାରଣ ରୂପେ ବିଶ୍ୱାସ କରାଯାଇ ପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ନେଦରଲ୍ୟାଣ୍ଡର ଗ୍ରୋନିଙ୍ଗନ୍ ବିଶ୍ୱବିଦ୍ୟାଳୟର ମନୋବୈଜ୍ଞାନିକ ନିଏନକେ ଜୋଙ୍କର ଓ ତାଙ୍କ ସହକର୍ମୀମାନେ ୧୨୯ ମହିଳାଙ୍କ ଉପରେ ଅଧ୍ୟୟନ କରିଥିଲେ । ଅଧା ମହିଳାଙ୍କୁ
୧୪ ଘଣ୍ଟା ଧରି ଭୋକରେ ରଖାଗଲା । କ୍ଷୁଧା ସ୍ତର, ଖାଦ୍ୟ ଅଭ୍ୟାସ ଓ ମୁଡ୍ ବିଷୟରେ ସେମାନଙ୍କୁ ପଚରାଗଲା । ଭୋକରେ ଥିବା ମହିଳାଙ୍କଠାରେ ନକାରାତ୍ମକ ଭାବନା, ଅବସାଦ, କ୍ରୋଧ, ଚିନ୍ତା, ଥକ୍କାପଣ ଓ ଭ୍ରମ ଆଦି ଦେଖାଗଲା ।

ଏଗୁଡ଼ିକ ଆମ ମୁଡ୍ ଖରାପ କରିବାର ପ୍ରମୁଖ କାରଣ । ଖରାପ ମୁଡ୍ ଆମକୁ ନିରାଶାବାଦୀ କରି ବିଶ୍ୱ ପ୍ରତି ଆମ ଦୃଷ୍ଟିଭଙ୍ଗୀକୁ ବଦଳାଇପାରେ । ବ୍ୟକ୍ତିଙ୍କ ମୁଡ୍ ଖରାପ ଥିଲେ, ନକାରାତ୍ମକ କଥାଗୁଡ଼ିକୁ ସେ ବେଶ ଭଲଭାବେ ମନେରଖନ୍ତି । ଏହା ମୁଡରୁ ଆହୁରି ଖରାପ କରେ ।

– ଭୋକ ଯୋଗୁ କାମରେ ଧ୍ୟାନ ଦେବା ମୁସ୍କିଲ ହୋଇପଡ଼େ ।

– ଭୋକ ଆମ ନକାରାତ୍ମକ ଭାବନା ଓ ବିଚାର ଉପରେ କାବୁ କରିବାର କ୍ଷମତାକୁ ନଷ୍ଟ କରିଦିଏ ।

– ପର୍ଯ୍ୟାପ୍ତ ପୋଷକ ତତ୍ତ୍ୱ ଅଭାବ ହେଲେ, ମସ୍ତିଷ୍କ ବିକାଶ ଓ କାମ କରିବା ମାମଲାରେ ସଂଘର୍ଷ କରେ । ଅଧ୍ୟୟନରୁ ଜଣାପଡ଼ିଛି ।

– ଭାରତର ସ୍କୁଲମାନଙ୍କରେ ପିଲାଙ୍କ ପାଇଁ ଖାଦ୍ୟ ପ୍ରବନ୍ଧନ ପରେ ସେମାନଙ୍କ ମସ୍ତିଷ୍କରେ ୧୩ରୁ ୧୬ ପ୍ରତିଶତ ସୁଧାର ପରିଲକ୍ଷିତ ହୋଇଛି ।

Get real time updates directly on you device, subscribe now.