fbpx

୩୫ ଟଙ୍କାରେ ମିଳିବ ମୋବାଇଲ୍ ଫୋନ୍! Gupta Distributors ଦେଉଛି ମେଗା ସେଲ୍ ଅଫର

ଭୁବନେଶ୍ୱର: ଦୁର୍ଗାପୂଜା ଉପଲକ୍ଷେ ବିଭିନ୍ନ କମ୍ପାନୀ ଏବଂ ବିଭିନ୍ନ ଇ-କମର୍ସ ପ୍ଲାଟଫର୍ମରେ ଦମଦାର ଅଫର ଉପଲବ୍ଧ ହୋଇଛି । ଏହି ଅବସରରେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ତରଫରୁ ମଧ୍ୟ ମେଗା ସେଲ୍ ଅଫର୍ ଘୋଷଣା କରାଯାଇଛି । ଗ୍ରାହକମାନେ ଏଠାରୁ ନାମୀଦାମୀ କମ୍ପାନୀର ଜିନିଷ କିଣି ଏହା ସହିତ ଅନେକ ଆକର୍ଷଣୀୟ ଉପହାର ପାଇପାରିବେ । ଡ୍ରିମ ହୋମ୍ ପ୍ୟାକେଜ, ୫୧ ଲକ୍ଷ ଟଙ୍କାର ଅସ୍ୟୋର୍ଡ ଉପହାର, ୨୬% କ୍ୟାସବ୍ୟାକ, ଓଏଲଇଡି ଟିଭି ସହ ଏଲଇଡି ଟିଭି ଉପହାର, ୧ ଲକ୍ଷ ଟଙ୍କାର ସାଉଣ୍ଡବାର ଏବଂ ୨୦% କ୍ୟାସବ୍ୟାକ ସହ ସାମସଙ୍ଗ-ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ ଦ୍ୱାରା ରିହାତି ପାଇପାରିବେ ଗ୍ରାହକ ।

ସେହିପରି ସୋ’ରୁମ ପକ୍ଷରୁ ମଧ୍ୟ ୧୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ଜିନିଷ କିଣିବା ଦ୍ୱାରା ରିହାତି ପ୍ରଦାନ କରାଯାଉଛି । ତେବେ ମୋବାଇଲ ଫୋନ୍ ଉପରେ ବେଶ୍ ଫାଇଦା ପାଇପାରିବେ ଗ୍ରାହକ । ପ୍ରତ୍ୟେକ ସ୍ମାର୍ଟଫୋନ୍ ପାଇଁ ୨ ବର୍ଷର ୱାରେଣ୍ଟି ଦିଆଯାଉଛି । ଏହାସହିତ ସର୍ବନିମ୍ନ ଦୈନିକ ୩୫ ଟଙ୍କା ସହଜ କିସ୍ତି ମାଧ୍ୟମରେ ବ୍ରାଣ୍ଡେଡ ମୋବାଇଲ ଫୋନ୍ କିଣିବାର ସୁଯୋଗ ଆଣିଛି ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ । ସ୍ମାର୍ଟଫୋନ୍ ସହ କଲିଂ ସ୍ମାର୍ଟୱାଚ୍ ଭଳି ଅନେକ ଉପହାର ପାଇପାରିବେ ଗ୍ରାହକ । ଏହାବ୍ୟତୀତ ଲାପଟପ୍, ପ୍ରିଣ୍ଟର, କ୍ୟାମେରା ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଆଇଟମ୍ ସହ ପର୍ଣ୍ଣିଚର ମଧ୍ୟ ଖୁବ ସହଜ କିସ୍ତିରେ ମିଳିପାରିବ ।

ଏ ନେଇ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ନିର୍ଦ୍ଦେଶକ ରାଜେଶ ଗୁପ୍ତା କହିଛନ୍ତି ଯେ, ଡିଜିଟାଲ ଯୁଗରେ ଗ୍ରାହକଙ୍କୁ କମ୍ ଦାମରେ ଭଲ ଜିନିଷ ଆବଶ୍ୟକ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ତରଫରୁ ବିଭିନ୍ନ ପ୍ରକାର ଫାଇନାନ୍ସ ବ୍ୟବସ୍ଥା କରାଯାଉଛି । ନିକଟରେ ପୁରୀର କୁମ୍ଭାରପଡ଼ାରେ ନୂଆ ଶୋ’ରୁମ୍ ଖୋଳିଥିବା ବେଳେ ଆଗାମୀ ଦିନରେ ବିଭିନ୍ନ ଜିଲ୍ଲାରେ ଏହାର ଉଦଘାଟନ କରିବା ପାଇଁ ଯୋଜନା ରହିଛି ।

Get real time updates directly on you device, subscribe now.