fbpx

ବୀରଭୂମର କୋଇଲା ଖଣିରେ ବିସ୍ଫୋରଣ, ୭ ଜଣ ଶ୍ରମିକଙ୍କ ମୃତ୍ୟୁ, ଅନେକ ଆହତ; ଉଦ୍ଧାର କାର୍ଯ୍ୟ ଜାରି

କୋଲକାତା : ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରୁ ଏକ ଦୁଃଖଦ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଖୋଇରାଶୋଲର ଭଦୁଲିଆରେ ଥିବା ଗଙ୍ଗାରାମଚକ କୋଇଲା ଖଣିରେ ବିସ୍ଫୋରଣରେ ଅତି କମରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପ୍ରଥମେ ଖଣି ଭିତରୁ ୫ ଟି ମୃତଦେହ ଉଦ୍ଧାର କରାଯାଇଥିଲା। ଅନେକ ଜଣ ଏଥିରେ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବୀରଭୂମି ଜିଲ୍ଲାର ଲୋକପୁର ଥାନା ଅଧୀନ ଏକ କୋଇଲା ଖଣିରେ ଏହି ବିସ୍ଫୋରଣ ଘଟିଛି । ଏଠାରେ କୋଇଲା କ୍ରସିଂ ସମୟରେ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ସୂତ୍ରରୁ ଜଣାପଡ଼ିଛି ଯେ ଏକ କମ୍ପାନୀ ପକ୍ଷରୁ କୋଇଲା କ୍ରସିଂ ପାଇଁ ଖଣିରେ ବିସ୍ଫୋରଣ ବେଳେ ଏହି ଦୁର୍ଘଟଣା ଅଜାଣତରେ ଘଟିଥିଲା । ଜୋର୍‌ଦାର ଧମାକା ହେବା ବେଳେ ଘଟଣାସ୍ଥଳରେ ଅନେକ ଶ୍ରମିକ କାମ କରୁଥିଲେ । କମ୍ପାନୀର ଅଧିକାରୀ ଏବଂ କର୍ମଚାରୀମାନେ ସେଠାରୁ ପ୍ରାଣ ବିକଳରେ ଦୌଡ଼ିବାକୁ ଲାଗିଥିଲେ ।

ଖବର ପାଇ ସ୍ଥାନୀୟ ପୋଲିସ ସେଠାରେ ପହଞ୍ଚିଛି । ବାକି ଶ୍ରମିକମାନଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଉଛି । ଏହା ସହିତ ସ୍ଥାନୀୟ ବିଧାୟକ ମଧ୍ୟ ପହଞ୍ଚିଛନ୍ତି । ବର୍ତ୍ତମାନ ସେଠାରେ ଉଦ୍ଧାର ଏବଂ ରିଲିଫ୍‌ କାର୍ଯ୍ୟ ଜାରି ରହିଛି । ପୋଲିସ ମୃତକମାନଙ୍କ ପରିବାର ଲୋକଙ୍କ ବିଷୟରେ ସୂଚନା ସଂଗ୍ରହ କରୁଛି ଏବଂ ସେମାନଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି ।

Get real time updates directly on you device, subscribe now.