fbpx

ମାଲଦୀପର U- turn, ଦେଶର ଅର୍ଥନୀତି ସୁଧାରିବାକୁ ଲୋଡୁଛି ଭାରତର ସହଯୋଗ

ନୂଆଦିଲ୍ଲୀ: ଭାରତ ବିରୋଧୀ ନାରାବାଜି ମାଲଦୀପକୁ ପଡିଛି ମହଙ୍ଗା । ନିଜ ଆଣ୍ଟକୁ ପଛରେ ପକାଇ ପୁଣି ଭାରତ ସହ ସମ୍ପର୍କ ସ୍ଥାପନ ପାଇଁ ବ୍ୟଗ୍ର ମାଲଦୀପ । ଭାରତ ଗସ୍ତରେ ଥିବା ମାଲଦୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କୁ ଦେଖି ଏମିତି ମନେ ହେଉଛି । ମାଲଦୀପ ରାଷ୍ଟ୍ରପତି ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କରଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି ।

ମହମ୍ମଦ ମୁଇଜ୍ଜୁ ଚୀନ ସମର୍ଥକ ଭାବେ ଜଣାଶୁଣା । ସେ ଭାରତ ବିରୋଧୀ ବୟାନ ଦେଇ ସତ୍ତାକୁ ଆସିଥିଲେ । ଏହା ପରେ ମାଲଦୀପରେ ଅବସ୍ଥାପିତ ଭାରତୀୟ ସେନାଙ୍କୁ ଦେଶରୁ ଫେରାଇ ଦେଇଥିଲେ । ଏହା ପରେ ତାଙ୍କର ଜଣେ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧର ଆପତ୍ତିଜନକ ବୟାନ ଦେବାକୁ ତେଜିଥିଲା ବିବାଦ । ଭାରତରେ ଆରମ୍ଭ ହୋଇଥିଲା, ବୟକଟ ମାଲଦୀପ । ଏହା ପରେ ଭାରତୀୟ ଛୁଟି ବିତାଇବାକୁ ମାଲଦୀପ ଯିବା ବନ୍ଦ କରିଦେଇଥିଲେ । ଫଳରେ ମାଲଦୀପକୁ ବହୁ କ୍ଷତି ସହିବାକୁ ହୋଇଛି ।

ସମୁଦ୍ର ଭିତରେ ଥିବା ଏହି ଦ୍ୱୀପ ଦେଶର ଅର୍ଥନୀତି ମୁଖ୍ୟତଃ ତାର ପର୍ଯ୍ୟଟନ ଶିଳ୍ପ ପାଇଁ ପ୍ରସିଦ୍ଧ । ସମୁଦ୍ର ବେଳାଭୂମି ମାଲଦୀପବାସୀଙ୍କୁ ରୋଜଗାର ଯୋଗାଇ ଥାଏ । ଆଉ ମାଲଦୀପକୁ ଯାଉଥିବା ପଯ ର୍୍ୟଟକଙ୍କ ସିଂହଭାଗ ଭାରତୀୟ । ଭାରତୀୟମାନେ ମାଲଦୀପକୁ ତ୍ୟାଗ କରିବା ପରେ ଏହାର ପର୍ଯ୍ୟଟନଶିଳ୍ପ ଭୁଶୁଡି ପଡିଛି । ଦେଶରେ ଅର୍ଥର ଅଭାବ ଦେଖାଦେଇଛି । ବର୍ତ୍ତମାନ ସରକାର ପାଖରେ ଯେତିକି ଅର୍ଥ ରହିଛି ତାହା ଦେଶକୁ ଆଉ ଦେଢ ମାସ ଚଳାଇ ପାରିବ । ଏପରି ଅବସ୍ଥାରେ ଯଦି ପୁଣି ଦେଶର ଅର୍ଥନୀତିରେ ସୁଧାର ଶୀଘ୍ର ଅଣା ନ ଯାଏ ତେବେ ସେଠାକାର ସ୍ଥିତି ସଂଗୀନ ହୋଇଯିବ ।

ତେଣୁ ôମୁଇଜ୍ଜୁ ଭାରତ ଆସିବା ସହ ପୁଣି ଭାରତୀୟ ମାଲଦୀପକୁ ସେମାନଙ୍କ ମନୋରଞ୍ଜନର ସ୍ଥାନ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି । ଏଥିସହ ମାଲଦୀପ ଭାରତର ସୁରକ୍ଷାକୁ ଦୁର୍ବଳ କରିବା ପାଇଁ କୌଣସି ପଦକ୍ଷେପ ନେବ ନାହିଁ । ଏଥିସହ ଦେଶବାସୀଙ୍କ ଦାବିକୁ ସମ୍ମାନ ଜଣାଇ ସେ ଦେଶରୁ ଭାରତୀୟ ସେନା ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.