fbpx

ସୁଟିଂ ସମୟରେ ଇମ୍ରାନରେ ବେକରେ ଆଘାତ, ହସ୍ପିଟାଲରେ ଭର୍ତ୍ତି! Viral ହେଉଛି ଫଟୋ

ନୂଆଦିଲ୍ଲୀ: ଆହତ ହେଲେ ଅଭିନେତା ଇମ୍ରାନ ହାଶମୀ । ଆଗାମୀ ଦିନରେ ରିଲିଜ ହେବ ଇମ୍ରାନ ହାଶମୀଙ୍କ ଗୁଡାଚାରି-2 । ତେବେ ଏହାର ସୁଟିଂ ହାଇଦ୍ରାବାଦରେ ଚାଲୁଥିବା ବେଳେ ଇମ୍ରାନ ମଧ୍ୟ ସେଠାରେ ରହିଛନ୍ତି । ତେବେ ସୁଟିଂ ସେଟରେ ତାଙ୍କୁ ଆଘାତ ଲାଗିଥିବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଗୁଡାଚାରି-2 ସୁଟିଂ ସମୟରେ ସେ ଆହତ ହୋଇଥିବା ଜଣାପଡିଛି । ଆକ୍ସନ ସିନ୍ କରିବା ସମୟରେ ତାଙ୍କ ବେକକୁ ଛୁରି ବାଜିଥିଲା । ଫଳରେ ବେକରେ ଗଭୀର ଆଘାତ ଲାଗିଥିଲା । ଆଜି ସେ ମୁମ୍ବାଇ ଫେରିଆସିବା ନେଇ ସୂଚନା ରହିଛି । ତେବେ ତାଙ୍କ ଆଘାତ ସମୟର ଫଟୋ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଭାଇପାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଫଟୋରେ ତାଙ୍କ ବେଗରେ ଗଭୀର ଆଘାତ ଲାଗିଥିବା ଦେଖାଯାଇଛି । ବେକର ଡାହାଣ ପାର୍ଶ୍ବରେ ଫାଟିଲା ଭଳି ଦେଖାଯାଇଛି । ତେବେ ଏହାପରେ ଫ୍ୟାନ୍ସ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନା ଅନୁସାରେ, ସେ ଡିମାଣ୍ଡିଂ ଷ୍ଟଣ୍ଟ କରୁଥିଲେ, ଏହି ସମୟରେ ତାଙ୍କ ବେକକୁ ଛୁରାମାଡ ହୋଇଥିଲା । ତେବେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଇମ୍ରାନଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

Get real time updates directly on you device, subscribe now.