fbpx

ଗାଡ଼ିରେ ପମ୍ପ୍ ଦେଉଥିବା ବେଳେ ଅଘଟଣ, ପ୍ରେସର ଟାଙ୍କି ଫାଟି ମିସ୍ତ୍ରୀ ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ୧୬ ନମ୍ବର ଏନ୍ଏଚ୍ ସଦର ଥାନା ଦଧିମାଛଗଡ଼ିଆ ଛକ ନିକଟରେ ଅଘଟଣ । ଏୟାର ପ୍ରେସର ଟାଙ୍କି ବିସ୍ଫୋରଣରେ ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଗାଡ଼ିରେ ପମ୍ପ୍ ଦେଉଥିବା ବେଳେ ଏୟାର ପ୍ରେସର ଟାଙ୍କି ଫାଟିଥିଲା । ତେବେ ପ୍ରେସର ଟାଙ୍କି ଫାଟିବାରୁ ଘଟଣାସ୍ଥଳରେ ଗ୍ୟାରେଜ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଥିଲା । ତେବେ ଘଟଣାସ୍ଥଳରେ ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.