fbpx

ଅନ୍ଧବିଶ୍ବାସ ! 3 ଇଞ୍ଚ ଜିଭ କାଟି ମା’ଙ୍କୁ ସମର୍ପିଲା.. ହାଣ୍ଡିରେ ନିଜ ରକ୍ତ ଭର୍ତ୍ତି କଲା, ତାପରେ..

ନୂଆଦିଲ୍ଲୀ: ଆଜି ମଧ୍ୟ ଅନ୍ଧବିଶ୍ବାସ ରହିଛି । ଅନ୍ଧବିଶ୍ବାସର ଅନ୍ଧଗଳିରେ ମନୁଷ୍ୟ ନିଜର ଅଙ୍ଗଦାନ କରି ବଳି ପକେଇବାକୁ ମଧ୍ୟ ଛାଡୁନାହାନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶରୁ । ଭିଣ୍ଡର ଲହାର ନଗରରେ ରତ୍ନାଗଡ ମନ୍ଦିରରେ ଜଣେ ଭକ୍ତ ନିଜ ଜିଭ କାଟି ମାଙ୍କୁ ସମର୍ପି ଦେଇଥିବା ଖବର ସାମ୍ନାକୁ ଆସିଛି ।

ଖବର ଅନୁସାରେ, 2015ରେ ମାଙ୍କର ମନ୍ଦିର ତିଆରି କରାଯାଇଥିଲା ।ଏଥିରେ ଜୟକିଶାନ ଶାକିଆଙ୍କୁ ମନ୍ଦିରର ପୁରୋହିତ ଭାବେ ନିଯୁକ୍ତି ଦିଆଯାଇଥିଲା । ଭକ୍ତ ଜଣକ ନବରାତ୍ରୀ ପାଇଁ ମନ୍ଦିରରେ ମାନସିକ ରଖିଥିଲେ । ପଞ୍ଚମୀ ପୂରଣ ହେବା ପରେ ଭକ୍ତ ଜଣକ ମନ୍ଦିରକୁ ଆସି ଅଧାରୁ ଅଧିକ ଜିଭ କାଟି ଦେଇ ଦେବୀଙ୍କ ପାଦ ତଳେ ସମର୍ପି ଦେଇଥିଲେ । ତେବେ ମନ୍ଦିର ପୂଜକଙ୍କ କହିବା ଅନୁସାରେ, ନବରାତ୍ର ଉପଲକ୍ଷେ ମନ୍ଦିରରେ ଚାରା ବୁଣାଯାଇଥିଲା । ଏହାକୁ ଅନେକ ଭକ୍ତ ଆସି ଦର୍ଶନ କରି ଆର୍ଶିବାଦ ନେଉଥିଲେ । ତେବେ ଭକ୍ତ ଜଣକ 3 ଇଞ୍ଚ ଜିଭ କାଟି ମାଙ୍କ ନିକଟରେ ରଖି ଦେଇଥିବା ବେଳେ ନିକଟରେ ଥିବା ଏକ ହାଣ୍ଡିରେ ରକ୍ତ ଭର୍ତ୍ତି କରିଥିଲେ । ତେବେ ଏହାପରେ ସ୍ଥାନୀୟ ଲୋକେ ଏକଜୁଟ ହୋଇଥିଲେ, ମନ୍ଦିରରେ ଭୟର ବାତାବରଣ ଖେଳିଯାଇଥିଲା । କିଛି ଲୋକଙ୍କ କହିବା ଅନୁସାରେ, ଭକ୍ତଜଣକ ଭାବିଥିଲ ଯେ, ଜିଭ କାଟିଲା ପରେ ଦେବୀ ମା ପୁଣି ଫେରାଇଦେବେ ।

Get real time updates directly on you device, subscribe now.