fbpx

ଭାରତୀୟ ନୌସେନାରେ ସାମିଲ ହେବ ଶକ୍ତିଶାଳୀ ଟର୍ପିଡୋ, ଶତ୍ରୁର ଯୁଦ୍ଧପୋତ ଖୋଜିବା ହେବ ସହଜ

ନୂଆଦିଲ୍ଲୀ: ଭାରତୀୟ ନୌସେନା ହେବାକୁ ଯାଉଛି ଆହୁରି ସଶକ୍ତ । ସେନାରେ ସାମିଲ ହେବ ଶକ୍ତିଶାଳୀ ଓ ଘାତକ ଆମେରିକୀୟ ଟରପିଡୋ । ଆମେରିକା ଭାରକୁ ୫୩ ଏମକେ-୫୪ କମ ଓଜନର ଟର୍ପିଡୋ ବିକିବାକୁ ମଞ୍ଜୁରି ଦେଇଛି । ଏହା ପରେ ଚିନ୍ତାଗ୍ରସ୍ତ ହୋଇପଡିଛି ଚାଇନା ସେନା ।

ସାରା ବିଶ୍ୱରେ ଭାରତୀୟ ନୌସେନା ୧୦ ସ୍ଥାନରେ ରହିଛି । ତା ପାଖରେ ରହିଛି ଶକ୍ତିଶାଳୀ ବହୁ ଯୁଦ୍ଧାସ୍ତ୍ର । ଏବେ ପୁଣି ଆମେରିକାଠାରୁ ୫୩ ଏମକେ-୫୪ ଲାଇଟ ୱଟ ଟର୍ପିଡୋ କିଣିବାକୁ ଯାଉଛି । ଯାହାର ମୂଲ୍ୟ ୧୭୫ ମିଲିୟନ ଡଲାର ହେବ । ଏହି ଟର୍ପିଡୋ ଏମଏଚ-୬୦ଆି ସିହଙ୍କ ହେଲିକପ୍ଟର ପାଇଁ କିଣାଯାଉଛି । ଉଭୟ ଦେଶରେ ଏହି କିଣାବିକା ଆଗାମୀ ଦିନରେ ଉଭୟ ଦେଶର ସମ୍ପର୍କକୁ ଆହୁରି ସୁଦୃଢ କରିବ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ।

ଆମେରିକା ତରଫରୁ କୁହାଯାଇଛି କି, ଇଣ୍ଡୋ- ପେସିଫିକରେ ଶାନ୍ତି ଓ ସ୍ଥିରତା କ୍ଷେତ୍ରରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ । ନୂଆ ଟର୍ପିଡୋ ଦ୍ୱାରା ଭାରତର ନୌସେନା ଆହୁରି ସଶକ୍ତ ହେବ । ଯୁଦ୍ଧ ପୋତ ଦ୍ୱାରା ହେଉଥିବା ବିପଦର ମୁକାବିଲା ପାଇଁ ସକ୍ଷମ ହେବ ଟର୍ପିଡୋ । ଭାରତ ମାର୍ଚ୍ଚ ମାସରେ ୬ଟି ଏମଏଚ-୬୦ ଆର ସିହଙ୍କ ହେଲିକପ୍ଟର ସାମିଲ କରିଥିଲା । ଏହି ହେଲିକପ୍ଟର ହେଲଫାୟାର ମିସାଇଲ, ଏମକେ-୫୪ ଟର୍ପିଡୋ ଓ ପ୍ରେସିଜନ କିଲ ରକେଟ ଦ୍ୱାରା ସମୃଦ୍ଧ । ଆସନ୍ତା ବର୍ଷ ସୁଦ୍ଧା ଭାରତକୁ ଆଉ ୨୪ ସିହଙ୍କ ମିଲିବ ।

ସିହଙ୍କ ହେଲିକପ୍ଟର ଅତ୍ୟନ୍ତ ଆଧୁନିକ । ଏଥିରେ ମଲ୍ଟି ମୋଡ ରାଡର ଓ ନାଇଟ ଭିଜନ ଉପକରଣ ମଧ୍ୟ ରହିଛି । ଏହି ହେଲିକପ୍ଟର ଯୁଦ୍ଧପୋତରୁ ସଂଚାଳିତ ହୋଇପାରେ । ନୌସେନା ଅଧିକାରୀଙ୍କୁ କହିବା କଥା କି, ସିହଙ୍କ ଶତ୍ରୁର ଯୁଦ୍ଧ ପୋତର ସନ୍ଧାନ ଲଗାଇବା ଓ ସେସବୁକୁ ନଷ୍ଟ କରିବାକୁ ସକ୍ଷମ । ତେବେ ଆମେରିକା ଦ୍ୱାରା ଅତ୍ୟାଧୁନିକ ଯୁଦ୍ଧ ଅସ୍ତ୍ରଶସ୍ତ୍ରରେ ଭାରତ ନୌସେନା ଯେତିକି ସଶକ୍ତ ହେଉଛି, ଚୀନ ସେତିକି ଭୟଭୀତ ହେଉଛି ।

Get real time updates directly on you device, subscribe now.