fbpx

ସ୍ତବ୍ଧ କରିଦେଲା ଭଳି ଖବର: ପରଲୋକରେ ରତନ ଟାଟା, ୮୬ ବର୍ଷ ବୟସରେ ହେଲା ଦେହାନ୍ତ

ମୁମ୍ବାଇ: ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟାଙ୍କର ଦେହାନ୍ତ ହୋଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ସୋମବାର ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଖବର ସାମ୍ନାକୁ ଆସିଥିଲା। ରତନ ଟାଟା ଭାରତୀୟ ଇଣ୍ଡଷ୍ଟ୍ରିର ଜଣେ ବଡ଼ ବ୍ୟକ୍ତିତ୍ୱର ସଫଳ ଉଦାହରଣ।

ସେ ୧୯୯୧ ରେ ଭାରତର ଅନ୍ୟତମ ବୃହତ୍ତମ ଏବଂ ପ୍ରଭାବଶାଳୀ କମ୍ପାନୀ ଟାଟା ସନ୍ସର ଅଧ୍ୟକ୍ଷ ହୋଇଥିଲେ ଏବଂ ୨୦୧୨ ପର୍ଯ୍ୟନ୍ତ ଏହି ଗ୍ରୁପର ନେତୃତ୍ୱ ନେଇଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଟାଟା ଗ୍ରୁପ୍ ବିଶ୍ୱସ୍ତରରେ ବିସ୍ତାର କରି ଟେଟ୍ଲି, କୋରୁସ୍ ଏବଂ ଜାଗୁଆର ଲ୍ୟାଣ୍ଡରୋଭର ଭଳି ପ୍ରମୁଖ କମ୍ପାନୀକୁ ଅଧିଗ୍ରହଣ କରିଥିଲା ଏବଂ ଟାଟାକୁ ଏକ ମୁଖ୍ୟ ଘରୋଇ ସଂସ୍ଥାରୁ ଏକ ବିଶ୍ୱସ୍ତରୀୟ ପାୱାରହାଉସରେ ପରିଣତ କରିଥିଲା ।

Get real time updates directly on you device, subscribe now.