fbpx

ରତନ ଟାଟାଙ୍କ ଶେଷ ଦର୍ଶନ ପାଇଁ ଗାଇଡଲାଇନ ଜାରି, ସକାଳ ୧୦ଟାରେ NCPAରେ ରଖାଯିବ ପାର୍ଥିବ ଶରୀର

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକରେ ସାରା ଦେଶ ଶୋକ ବ୍ୟକ୍ତ କରିଛି। ସେ ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି। ଦେଶୃବିଦେଶରେ ରହୁଥିବା ଭାରତୀୟ ମଧ୍ୟ ତାଙ୍କ ପରଲୋକ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର-ଝାରଖଣ୍ଡ ସମେତ ଅନେକ ରାଜ୍ୟରେ ଏକ ଦିନର ରାଜକୀୟ ଶୋକ ରଖାଯିବ। ପିଏମ ମୋଦୀ ମଧ୍ୟ ତାଙ୍କ ପରଲୋକ ଖବର ଶୁଣି ଦୁଃଖ ବ୍ୟକ୍ତ କରିଛନ୍ତି। ରତନ ଟାଟାଙ୍କ ପାର୍ଥିବ ଶରୀର ସକାଳ ୧୦ଟାରେ ଦର୍ଶନ ପାଇଁ NCPAରେ ରଖାଯିବ।

ମୁମ୍ବାଇର ବର୍ଲୀରେ ରତନ ଟାଟାଙ୍କ ଶେଷକୃତ୍ୟ ସଂପର୍ଣ୍ଣ ହେବ। ସକାଳ ୧୦ଟାରେ ତାଙ୍କ ପାର୍ଥିବ ଶରୀର ଅନ୍ତିମ ଦର୍ଶନ ପାଇଁ ରଖାଯିବ ଏବଂ ଦ୍ୱିପ୍ରହର ୩ଟା ୩୦ରେ NCPAରେ ଅନ୍ତିମ ସଂସ୍କାର ପାଇଁ ବର୍ଲି ନିଆଯିବ।

ମୁମ୍ବାଇ ପୋଲିସ ପକ୍ଷରୁ କୁହାଯାଇଛି ଯେ, ରତନ ଟାଟାଙ୍କ ପାର୍ଥିବ ଶରୀର ଗୁରୁବାର ୧୦ ଅକ୍ଟୋବର ୨୦୨୪ ସକାଳ ୧୦ଟା ୩୦ରେ ଏନସିପିଏ ଲେନ, ନରୀମନ ପଏଣ୍ଟ, ମୁମ୍ବାଇ ନିଆଯିବ, ଏଠାରେ ସାଧାରଣ ଲୋକେ ବିଦାୟ ପ୍ରାପ୍ତ ପ୍ରାଣକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବେ। ସାଧାରଣ ଲୋକେ ଗେଟ ନମ୍ବର ୩ରୁ ଏନସିପିଏ ଲେନରେ ପ୍ରବେଶ କରିପାରିବେ ଏବଂ ଗେଟ ନମ୍ବର ୨ରୁ ବାହାରି ପାରିବେ। ପରିସରରେ ପାର୍କିଂ ସୁବିଧା ଉପଲବ୍ଧ ହେବ ନାହିଁ। ଦ୍ୱିପ୍ରହର ୩ଟା ୩୦ରେ ପାର୍ଥିବ ଶରୀର ଅନ୍ତିମ ସଂସ୍କାର ପାଇଁ ନିଆଯିବ।

ମୁମ୍ବାଇ ପୋଲିସର ଦକ୍ଷିଣ ଅଞ୍ଚଳର ଅତିରିକ୍ତ ଆୟୁକ୍ତ ଅଭିନବ ଦେଶମୁଖ କହିଛନ୍ତି ଯେ, ରତନ ଟାଟାଙ୍କ ପାର୍ଥିବ ଶରୀର ସକାଳ ୧୦ଟାରୁ ୩ଟା ୩୦ ମଧ୍ୟରେ ଦର୍ଶନ ପାଇଁ ଏନସିପିଏରେ ରଖାଯିବ। ଏହି ସମୟରେ ସୁରକ୍ଷା ପାଇଁ ପୋଲିସ ସମସ୍ତ ବ୍ୟବସ୍ଥାମାନ କରିବ।

Get real time updates directly on you device, subscribe now.