fbpx

ଦିପାବଳୀ ଓ ଛଟ୍ ପାଇଁ ଗଡ଼ିବ ସ୍ପେଶାଲ ଟ୍ରେନ୍‌, କନଫର୍ମ ସିଟ୍ ପାଇଁ ତୁରନ୍ତ କରନ୍ତୁ ବୁକିଂ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦିପାବଳୀ ଓ ଛଟ୍ ପାଇଁ ଏହି ରାଜ୍ୟରେ ସ୍ପେଶାଲ ଟ୍ରେନ୍ ଚଳାଚଳ ପାଇଁ ଘୋଷଣା କରିଛି । ଯାତ୍ରୀମାନେ ଏହି ସ୍ପେଶାଲ ଟ୍ରେନର ଫାଇଦା ଉଠାଇବା ପାଇଁ ଶୀଘ୍ର ଟିକେଟ୍ ବୁକିଂ କରିପାରିବେ ।
ଉତ୍ତର ରେଳବାଇର ଜନସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଦିପାବଳୀ ସମୟରେ ବିହାର ତଥା ପୂର୍ବ ଉତ୍ତର ପ୍ରଦେଶକୁ ଯାତ୍ରା କରୁଥିବା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସ୍ପେଶାଲ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ସ୍ପେଶାଲ ତେଜସ୍ ଚଳାଚଳ ପାଇଁ ଘୋଷଣା କରିଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ୍ ଦିଲ୍ଲୀରୁ ପାଟନା ଏବଂ ତେଜସ ଏକ୍ସପ୍ରେସ୍ ଲକ୍ଷ୍ନୌରୁ ଛପରା ମଧ୍ୟରେ ଚଳାଚଳ କରିବ ।

ଦିଲ୍ଲୀ ପାଟନା ସ୍ପେଶାଲ ବନ୍ଦେ ଭାରତ ଏକ୍ସପ୍ରେସ(୦୨୨୫୨/୦୨୨୫୧)

ଏହି ଟ୍ରେନ୍ ଦିଲ୍ଲୀରୁ ପାଟନା ମଧ୍ୟରେ ୪-୪ ଥର ଯାତାୟାତ କରିବ । ଦିଲ୍ଲୀରୁ ଟ୍ରେନ ସଂଖ୍ୟା(୦୨୨୫୨) ୩୦ ଅକ୍ଟୋବର, ନଭେମ୍ବର ୧, ୩ ଏବଂ ୪କୁ ପ୍ରସ୍ଥାନ କରିବ । ସେହିପରି ପାଟନାରୁ ଟ୍ରେନ୍ ସଂଖ୍ୟା (୦୨୨୫୧) ୩୧ ଅକ୍ଟୋବର, ନଭେମ୍ବର ୨, ୪ ଏବଂ ୭କୁ ପ୍ରସ୍ଥାନ କରିବ । ଏହି ଟ୍ରେନ୍ ଭାୟା କାନପୁର, ପ୍ରୟାଗରାଜ ଜଙ୍କସନ୍‌, ଦୀନଦୟାଲ ଉପାଧ୍ୟାୟ, ବକ୍ସର, ଆରା ଦେଇ ଚଳାଚଳ କରିବ ।

ଲକ୍ଷ୍ନୌ- ଛପରା ତେଜସ୍ ସ୍ପେଶାଲ(୦୨୨୭୦/୦୨୨୬୯)

ଏହି ଟ୍ରେନ୍ ଲକ୍ଷ୍ନୌରୁ ଛପରା ମଧ୍ୟରେ ୧୩-୧୩ ଥର ଯାତାୟାତ କରିବ । ଲକ୍ଷ୍ନୌରୁ ଟ୍ରେନ୍ ସଂଖ୍ୟା(୦୨୨୭୦) ଅକ୍ଟୋବର ୨୫ରୁ ନଭେମ୍ବର ୮ (୨୯ ଅକ୍ଟୋବର ଏବଂ ୫ ନଭେମ୍ବର ବ୍ୟତୀତ)ରେ ଚଳାଚଳ କରିବ । ସେହିପରି ଛପରାରୁ ଟ୍ରେନ୍ ସଂଖ୍ୟା(୦୨୨୬୯) ଭାୟା ସୁଲତାନପୁର, ବାରାଣାସୀ, ଗାଜିପୁର, ବଲିଆ, ସୁରୈମନପୁର ଦେଇ ଚଳାଚଳ କରିବ ।

Get real time updates directly on you device, subscribe now.