fbpx

‘ମୋ ବିଷୟରେ ଚିନ୍ତା କରିଥିବାରୁ ଧନ୍ୟବାଦ..’, ରତନ ଟାଟାଙ୍କ ଶେଷ ସୋସିଆଲ ମିଡିଆ ପୋଷ୍ଟ

ନୂଆଦିଲ୍ଲୀ: ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ପରଲୋକ ୮୬ ବର୍ଷରେ ୯ ଅକ୍ଟୋବର ରାତିରେ ଘଟିଛି। ମାତ୍ର ଦୁଇଦିନ ତଳେ ଅର୍ଥାତ ସୋମବାର ଦିନ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ସେ ତାଙ୍କ ଫଲୋର୍ସଙ୍କ ପାଇଁ ଏକ ଚିଠରେ ନିଜ ସ୍ୱାସ୍ଥ୍ୟ ବିଷୟରେ ପ୍ରସାରିତ ହେଉଥିବା ଗୁଜବକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ ଯେ, ମୋ ବିଷୟରେ ଚିନ୍ତା ବ୍ୟକ୍ତ କରିଥିବାରୁ ଧନ୍ୟବାଦ। ଟାଟା ସୋସିଆଲ ମିଡିଆ ପୋଷ୍ଟରେ କହିଥିଲେ ଯେ, ମୁଁ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଚାଲୁଥିବା ଗୁଜବକୁ ଦୂର କରୁଛି ଏବଂ ସମସ୍ତଙ୍କୁ ଆଶ୍ୱସନା ଦେଉଛି ଯେ, ଏହି ଦାବି ଭିତ୍ତିହୀନ ଅଟେ।

ରତନ ଟାଟା ଆହୁରି ଲେଖିଥିଲେ ଯେ, ମୁଁ ବର୍ତ୍ତମାନ ନିଜ ବୟସ ସମ୍ବନ୍ଧୀୟ ଚିକିତ୍ସା କରୁଛି। ମୁଁ ଭଲ ଅଛି। ଏହି ପୋଷ୍ଟ ସହ ସେ ଲେଖିଥିଲେ ଯେ, ମୋ ବିଷୟରେ ଚିନ୍ତା କରିବା ଲାଗି ଧନ୍ୟବାଦ। ସେ ନିଜ ଶେଷ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ ଯେ, ମୁଁ ଜନତା ଏବଂ ମିଡିଆରୁ ମିଥ୍ୟା ସୂଚନା ପ୍ରସାରିତ କରିବାଠାରୁ ଦୂରେଇ ରହିବା ପାଇଁ ଅନୁରୋଧ କରୁଛି।

Get real time updates directly on you device, subscribe now.